ଭୁବନେଶ୍ୱର: ଗତକାଲି ଉତ୍ତର ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସକାଳେ ଲଘୁଚାପରେ ପରିଣତ ହୋଇଛି । ଫଳରେ ଆଜି ସକାଳୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । ସେହିପରି କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ସତର୍କ ସୂଚାନ ଦେଇଛନ୍ତି ପାଣିପାଗ ବିଭାଗ । ବର୍ଷା ସମୟରେ ଘଣ୍ଟା ପ୍ରତି ୨୦ ରୁ ୩୦ ମିଲିମିଟର ବର୍ଷା ହେବା ସମ୍ଭାବନା ରହିଛି । ଆବଶ୍ୟକ ନଥିଲେ ବାହରକୁ ନ ବାହାରିବାକୁ ପାଣିପାଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଉତ୍ତର ଉପକୂଳ ଓଡିଶାରେ ୯ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ମଧ୍ୟରେ ସମ୍ବଲପୁର, ସୋନପୁର, ଝରସୁଗୁଡା, ବରଗଡ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ, ଦେବଗଡ ରହିଛି । ଏହି ସବୁ ଜିଲ୍ଳାରେ ବର୍ଷା ଯୋଗୁଁ ଭୂସ୍ଖଳନ, ତଳିଆ ଅଞ୍ଚଳରେ ପାଣି ଜମିବା, କଚ୍ଚା ରାସ୍ତା ଓ ଘର ଭାଙ୍ଗିଯିବାର ଆଶଙ୍କା ରହିଛି । ଏଥିସହିତ ୧୧ଟି ଜିଲ୍ଳାରେ ଅପରାହ୍ନ ସୁଦ୍ଧା ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଏହି ଜିଲ୍ଲାଗୁଡିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଦେବଗଡ, ସୁନ୍ଦରଗଡ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ବରଗଡ, ବୌଦ୍ଧ, ଓ ସୁବର୍ଣ୍ଣପୁର ରହିଛି । ଏହି ଲଘୁଚାପଜନିତ ବର୍ଷା ଯୋଗୁଁ ମହାନଦୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ପୂର୍ବାନୁମାନ କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0