ବଣାଇ : ସୁନ୍ଦରଗଡ ଜିଲ୍ଲା ଜାତୀୟ ରାଜପଥ ୫୨୦ର ତୋଡାଠାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲଟି ଭୁଶୁଡି ପଡିଛି । ଫଳରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ହୋଇଯାଇଛି । ରାସ୍ତା ଉପରେ ଶତାଧିକ ଗାଡି ଠିଆହୋଇ ରହିଛି ।
ଗତ କିଛି ଦିନ ହେଲା ଆରକେଡି କନଷ୍ଟ୍ରକସନ କମ୍ପାନୀ ଜାତୀୟ ରାଜପଥ ନିର୍ମାଣ କାମ କରୁଛି । ବର୍ଷା ପୂର୍ବରୁ ଏ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ଓ କମ୍ପାନୀକୁ ଏହି ବିଷୟରେ ଜଣାଇଥିଲେ ମଧ୍ୟ କେହି ଧ୍ୟାନ ଦେଇନଥିଲେ । ଯାହା ଫଳରେ ଏହି ଅଞ୍ଚଳବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0