spot_img

ସହରରେ ଚିନ୍ତା ବଢ଼ାଉଛି କରୋନା ବର୍ଜ୍ୟ

ଭୁବନେଶ୍ୱର: ରାଜ୍ୟରେ ଥମିବାର ନା ନେଉନି କରୋନା । ରାଜଧାନୀରେ ଉପରମୁହାଁ ରହିଛି କରୋନା । ପ୍ରତିଦିନ ରାଜ୍ୟରେ ୨୫୦୦ରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଭୁବନେଶ୍ୱରୁ ମଧ୍ୟ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ହସ୍ପିଟାଲରେ ପର୍ଯ୍ୟାପ୍ତ ରୋଗୀଙ୍କୁ ରଖିବା ସମ୍ଭବପର ହେଉନଥିବାରୁ ଅଧିକାଂଶ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଉଛି । ପ୍ରାୟ ୮୦୦ ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି । ଏବେ ଚିନ୍ତାର ବିଷୟ ଏହା ଯେ ହୋମ୍ ଆଇସୋଲେସନରେ ଥିବା ରୋଗୀଙ୍କ ଦ୍ୱାରା ବ୍ୟବହୃତ ମାସ୍କ, ଗ୍ଲୋଭସ୍ , କିଟ୍ ଓ ମେଡ଼ିସିନ୍ ଠିକ୍ ଭାବରେ ନଷ୍ଟ କରାଯାଉ ନାହିଁ । ସେଥିପାଇଁ କରୋନା ସଂକ୍ରମଣ ବୃଦ୍ଧି ପାଇବାର ମଧ୍ୟ ଆଶଙ୍କା ଦେଖାଦେଇଛି । ସାଧାରଣ ବର୍ଜ୍ୟବସ୍ତୁ ସଂଗ୍ରହ ସମୟରେ ରୋଗୀଙ୍କ ବର୍ଜ୍ୟବସ୍ତୁ ମଧ୍ୟ ନିଆଯାଉଥିବାରୁ ଆଗାମୀ ଦିନରେ ଏହା ପରିସ୍ଥିତିକୁ ଆହୁରି ଜଟିଳ କରିପାରେ ।
ଭୁବନେଶ୍ୱରରେ ଏବେ ଦିନକୁ ୨୦-୨୫ କୁଇଣ୍ଟାଲ କରୋନା ବର୍ଜ୍ୟ ବାହାରୁଛି । ଏହି ପରିମାଣ ଦିନକ ଦିନ ବଢ଼ିବାରେ ଲାଗିଛି । ସହରରେ କୋଭିଡ଼୍ କେନ୍ଦ୍ର ବୃଦ୍ଧି ସହ କରୋନା ପରୀକ୍ଷା ମଧ୍ୟ ବôଢ଼ୁଥିବାରୁ ଅଧିକ ପରିମାଣରେ ବର୍ଜ୍ୟ ବାହାରୁଛି । ଏସବୁ ବର୍ତ୍ତମାନ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବର୍ଜ୍ୟ ନଷ୍ଟ କରିବା ଦାୟ୍ରିତ୍ୱ ସାନିକ୍ଲିନ୍ ପ୍ରାଇଭେଟ ଲିମିଟେଡ଼୍‌କୁ ଦିଆଯାଇଛି । କିନ୍ତୁ ଆକ୍ରାନ୍ତଙ୍କ ବ୍ୟବହୃତ ସାମଗ୍ରୀ ଏଣେ ତେଣେ ପଡ଼ୁଥିବା ଦେଖିବାକୁ ମିଳିଛି । ବର୍ଜ୍ୟବସ୍ତର ସଠିକ୍ ପରିଚାଳନା ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ (ସିପିସିବି) ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କିନ୍ତୁ ତୃଣମୂଳ ସ୍ତରରେ ଏହାର ପାଳନ ହେଉନଥିବା ଅଭିଯୋଗ ହୋଇଛି । କେତେକ କ୍ଷେତ୍ରରେ ଅମାନିଆ କରୋନା ଆକ୍ରାନ୍ତ ବ୍ୟବହୃତ ସାମଗ୍ରୀକୁ ଏଣେତେଣେ ଫିଙ୍ଗୁଛନ୍ତି । ଆଉ କେତେକ କ୍ଷେତ୍ରରେ ବିଏମସି ଠିକ୍ ଭାବେ ବ୍ୟବହୃତ ସାମଗ୍ରୀ ସଂଗ୍ରହ କରୁନଥିବା ଅଭିଯୋଗ ହୋଇଛି ।

corona waste 3

କେନ୍ଦ୍ର ସରକାରଙ୍କ ପରିବେଶ , ଜଙ୍ଗଲ, ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଜାରି ଚତୁର୍ଥ ଗାଇଡ଼ ଲାଇନରେ ଏହି ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କେତେକ ନିୟମ ଜାରି କରାଯାଇଛି । ଏଥିରେ କ୍ୱାରେଣ୍ଟିନ୍ ସେଣ୍ଟର କିମ୍ବା କ୍ୟମ୍ପ୍‌, ଆଇସୋଲେସନ୍ ୱାର୍ଡ , ନମୁନା ସଂଗ୍ରହ କେନ୍ଦ୍ର, ଲାବୋରେଟୋରି ପରୀକ୍ଷଣ , କୋଭିଡ଼୍‌-୧୯ ସଂକ୍ରମିତ ତଥା ସନ୍ଦେହଙ୍କ ଚିକିତ୍ସା ସମୟରେ ଡାକ୍ତରଖାନା ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୧୬ କୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏସବୁ ସ୍ଥାନରୁ ବାହାରୁଥିବା ସଲିଡ ୱେଷ୍ଟ୍ ଓ ବାୟୋମେଡ଼ିକାଲ ୱେଷ୍ଟଗୁଡ଼ିକୁ ନଷ୍ଟ କରିବା ଦିଗରେ କିଭଳି ପଦକ୍ଷେପ ନିଆଯିବ ସେ ବିଷୟରେ ମଧ୍ୟ ଉଲ୍ଲେଖ ଅଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular