ଭୁବନେଶ୍ୱର: ମହାମାରୀ କରୋନା ପାଇଁ ୬ମାସରୁ ଉଦ୍ଧ୍ୱର୍ ହେବ ପିଲାମାନେ ସ୍କୁଲ ଯାଇପାରୁ ନଥିବା ବେଳେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି । ଏପରି ସ୍ଥତିରେ ଚଳିତ ବର୍ଷ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସକୁ ୩୦% ହ୍ରାସ କରାଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଚନ ଦାଶ ସୂଚନା ଦେଇଛନ୍ତି ।୩ଟି କମିଟିର ସୁପାରିସ ଆଧାରରେ ସିଲବାସକୁ ହ୍ରାସ କରାଯାଇଛି । ନୂଆ ସିଲାବସ ବୋର୍ଡ଼, CHSE, SCERT ୱେବସାଇଟରେ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ।
ସୂଚନାଯୋଗ୍ୟ, କରୋନା ଭୟାବହତା ଯୋଗୁଁ ଦୀର୍ଘ ଦିନ ହେଲା ସ୍କୁଲ କଲେଜ ଅନିଶ୍ଚିତତା ମଧ୍ୟରେ ରହିଛି । ଏପରି ସ୍ଥିତିରେ ପିଲାଙ୍କ ପାଠପଢ଼ା ଠିକ ଭାବେ ହୋଇପାରୁ ନଥିବା ବେଳେ ସିଲାବସ ହ୍ରାସ ନିମନ୍ତେ ଅଭିଭାବକମାନେ ଦାବି କରି ଆସୁଥିଲେ । ଏ ଦିଗରେ ବିଚାର, ବିମର୍ଶ ପରେ ସିଲାବସକୁ ୩୦% କମାଇ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0