ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସେନା ମିଳିଛି ସଫଳତା। ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସପୋର ଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ । ସୋପୋର୍ ଠାରେ ଚ।ଲିଥିବା ଅପରେସନ ଅଲଆଉଟରେ ଆଜି ୨ ଆତଙ୍କବାଦୀଙ୍କୁ ଏନକାଉଁଟର କରିଛନ୍ତି ସୁରକ୍ଷାକର୍ମୀ । ସୋପୋର୍ର ଅଞ୍ଚଳରେ ଚାଲିଥିବା ଏହି ଏନ୍କାଉଣ୍ଟର୍ ସ୍ଥଳରେ ଆହୁରୀ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି। ଏନକାଉଁଟର ଜାରି ରହିଥିବାରୁ ଅଂଚଳର ଇଂଟରନେଟ ସେବାକୁ ବନ୍ଦ ରଖାଯାଉଥିବା ବେଳେ ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି । ଏହାପୂର୍ବରୁ ଜୁନ ୨୩ରେ ପୁଲବାମାର ବାନ୍ଦଜୁ ଅଂଚଳରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ଏହାକୁ ମିଶାଇ ଗତ ୫ ଦିନରେ କାଶ୍ମୀରରେ ୮ ଜଣ ଆତଙ୍କବାଦୀ ସେନା ଗୁଳିରେ ପ୍ରାଣ ହରାଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0