ସମ୍ବଲପୁର ୨୫।୦୬: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି । ଆଜି ପୂଜାର୍ଚ୍ଚନା ପରେ ପ୍ରଥମେ ୪ଟି ଗେଟ୍ ଖୋଲାଯାଇଛି। ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ଜଳ ନିଷ୍କାସନ ହେବ ବୋଲି ଗତକାଲି ସୂଚନା ଦିଆଯାଇଥିଲା। ସକାଳ ୧୦ଟା ପରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲିବା ପାଇଁ ସମୟ ଧାର୍ୟ୍ୟ ହୋଇଥିଲା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା।
ପ୍ରତିବର୍ଷ ଗେଟ୍ ଖୋଲାଯିବା ବେଳେ ବହୁ ସଂଖ୍ୟାରେ ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଏହି ଦୃଶ୍ୟ ଉପଭୋଗ କରିଥାନ୍ତି। କିନ୍ତୁ କରୋନା କଟକଣା ଯୋଗୁ ଏଥର କେବଳ ବିଧିରକ୍ଷାରେ ପୂଜା ହୋଇଥିଲା ଓ କାହାରିକୁ ସେଠାକୁ ଛଡ଼ାଯାଇ ନଥିବା ଜଣାଯାଇଛି। ତେବେ ପରମ୍ପରା ଅନୁସାରେ ପ୍ରଥମେ ହୀରାକୁଦ ପଟୁ ୭ ନମ୍ବର, ପରେ ୯ ନମ୍ବର ଓ ତା ପରେ ଆବଶ୍ୟକତା ଅନୁସାରେ ଅନ୍ୟ ଗେଟ୍ ଖୋଲାଯାଇଛି।



Visitors Today : 0
Total Visitors : 130581
Total Views : 9892137
Visitors Online Now : 0