ନୂଆଦିଲ୍ଲୀ: ଭାରତ-ଚୀନ ୟୁଥ ଫୋରମରେ ଉଦବୋଧନ ଦେଲେ ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସୁନ ୱେଡଙ୍ଗ । କହିଲେ ଦୁଇଦେଶ ମଧ୍ୟରେ ହୋଇଥିବା ଗଲୱାନ ଘଟଣା ଦୁର୍ଭାଗ୍ୟଜନକ । ଏହାର ସମାଧାନ ଲାଗି ଦୁଇଦେଶ ମିଳିତଭାବେ କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ, ଦୁଇ ପଡୋଶୀ ଆଦର୍ଶଗତ ପାର୍ଥକ୍ୟକୁ ଦୂର କରିବା ଆବଶ୍ୟକ । ଭାରତ ଓ ଚୀନ ମଧ୍ୟରେ ଶାନ୍ତିପୂର୍ଣ୍ଣ ଓ ସହଯୋଗମୂଳକ ସମ୍ପର୍କ ରହିବା ଆବଶ୍ୟକ । ଏହି ଦୁଇ ପ୍ରାଚୀନ ସଭ୍ୟତା ପରସ୍ପର ମଧ୍ୟରେ ଥିବା ମତଭେଦକୁ ଦୂର କରିବାକୁ ସକ୍ଷମ ବୋଲି ସେ କହିଛନ୍ତି ।
ସୂଚନା ମୁତାବକ, ଗତ ଜୁନ୍ ୧୫ ତାରିଖ ରାତିରେ ଗଲୱାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତର ୨୦ ସୈନ୍ୟ ସହିଦ ହୋଇଥିଲେ । ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0