ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧିନରେ ଏମ୍ଏସ୍ଏମଇ ପାଇଁ ଘୋଷଣା ହୋଇଥିବା ୩ଲକ୍ଷ କୋଟି ଟଙ୍କାର ଏମରଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମରେ ସରକାର ଆହୁରି ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ଅଛନ୍ତି । ଏ ନେଇ ନିର୍ମଳା ସୀତାରମଣ କହିଛନ୍ତି । ସିଆଇ ଅନୁସାରେ ଅର୍ଥମନ୍ତ୍ରୀ କହିଛନ୍ତି କି ଘରୋଇ ରାଜ୍ୱସ ଆଦାୟକୁ ନେଇ ବର୍ତ୍ତମାନ ସମୟରେ ଚିନ୍ତା ଘାରିଛି । କୋଭିଡ-୧୯ ମହାମାରୀ ପର୍ଯ୍ୟଟନ ,ରିଅଲଷ୍ଟେଟ,ହୋଟେଲ ଓ ଆତିଥ୍ୟ ଏବଂ ବିମାନ ସେବା ଉପରେ ବହୁତ ଖରାପ ପ୍ରଭାବ ପକାଇଛି । ସରକାର ଚଳିତ ମାସ ଆରମ୍ଭରେ ୩ଲକ୍ଷ କୋଟି ଟଙ୍କା ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ ର ପରିସର ବୃଦ୍ଧି କରି ବକେୟା ରଣ ସୀମାକୁ ଦ୍ୱିଗୁଣିତ କରି ୫୦କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0