spot_img

କରିସ୍ମାଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଭିଡିଓ ସେୟାର କଲେ କରିନା, ଦେଖନ୍ତୁ ଛୋଟ ବେଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ଭଉଣୀଙ୍କ ସମ୍ପର୍କ

୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ କରିସ୍ମା କପୁର ଆଜି ନିଜର ୪୬ତମ ଜନ୍ମ ଦିବସ ପାଳନ କରୁଛନ୍ତି । ଏହି ଶୁଭ ଅବସରରେ ତାଙ୍କର ସମ୍ପର୍କୀୟ ଏବଂ ପ୍ରଣଂସକ ସମସ୍ତେ କରିସ୍ମାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି । କରିସ୍ମାଙ୍କ ପାଇଁ ଏଭଳି ଦିନରେ ସବୁଠାରୁ ଖାସ୍ ମେସେଜ୍ କରିଛନ୍ତି ଭଉଣୀ କରିନା କପୁର । ବଡ ଭଉଣୀଙ୍କ ଜନ୍ମ ଦିନ ଅବସରରେ ଏନେଇ କରିନା ସୋସିଆଲ ମିଡିଆରେ କରିସ୍ମାଙ୍କ ଛୋଟ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଫଟୋର ଏକ ଭିଡିଓ ସେୟାର କରିଛନ୍ତି ।

kareena-karismaଭିଡିଓରେ କରିନା ଏବଂ କରିସ୍ମାଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବାର ନଜର ଆସିଛି । ଅନେକ ସ୍ଥାନରେ ଉଭୟଙ୍କୁ ଏକାଠି ଥିବାର ମଧ୍ୟ ନଜର ଆସିଛି । କରିନା ଏହି ଛୋଟ ବେଳର ଫଟୋ ଜରିଆରେ ପୁରୁଣା ଦିନକୁ ମନେ ପକାଇବା ସହ ସୋସିଆଲ ମିଡିଆରେ ଭଲ ମେସେଜ୍ ମଧ୍ୟ କରିଛନ୍ତି ।

ଭଉଣୀ କରିସ୍ମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଚ୍ଚାଇବା ସହ କରିନା ଲେଖିଛନ୍ତି, “ସବୁଠାରୁ ଅଧିକ ମୂଲ୍ୟବାନ ମୋ ଭଉଣୀ, ମୋ ଦ୍ୱିତୀୟ ମା’ ଏବଂ ମୋ ବେଷ୍ଟ ଫ୍ରେଣ୍ଡ । ହ୍ୟାପ୍ପି ବର୍ଥଡେ ଲୋଲୋ । କାସ୍ ଆମର ସକାଳର ଫୋନ୍ ଚାଟ୍ ଏମିତି ସବୁଦିନ ଚାଲିଥାଉ ।”
କରିନାଙ୍କର ଏହି ଭିଡିଓ ଦେଖି କରିସ୍ମା ମଧ୍ୟ ଲେଖିଛନ୍ତି, “ମତେ ଏହି ଭିଡିଓ ବହୁତ ଭଲ ଲାଗିଛି । ଧନ୍ୟବାଦ ।” କରିନାଙ୍କ ଏହି ପୋଷ୍ଟରେ ମନିଷ ମଲହୋତ୍ରା, ମଲାଇକା ଅରୋଡା, ଅମୃତା ଅରୋଡାଙ୍କ ସହିତ ଅନ୍ୟାନ୍ୟ କଳାକାରମାନେ ମଧ୍ୟ କମେଣ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular