ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନିତ ଶେଷ ଫିଲ୍ମ ଦିଲ୍ ବେଚାରା ରିଲୀଜ ହେବାକୁ ଯାଉଛି । ଏହି ଫିଲ୍ମ ଫୋନରେ ଦେଖିବା ପାଇଁ ମଧ୍ୟ ଦିନ ସ୍ଥିର ହୋଇସାରିଛି । ଏଥି ପାଇଁ କୌଣସି ଟଙ୍କା କିମ୍ବା ମେମ୍ବରଶିପ୍ ମନୀ ଦେବାକୁ ପଡିବନି । ରିପୋର୍ଟ ଅନୁଯାୟୀ ଆସନ୍ତା ଜୁଲାଇ ମାସର ୪ର୍ଥ ଶୁକ୍ରବାର ଦିନ ଡିଜନୀ ପ୍ଲସ୍ ହଟଷ୍ଟାର ରେ ସମସ୍ତେ ଏହି ଫିଲ୍ମ ଦେଖିପାରିବେ ।
ଫିଲ୍ମ “କିଜି ଅର୍ ମୈନି” ସୁଟିଙ୍ଗ ରୁ ଫେରିବା ପରେ ସୁଶାନ୍ତ ସିଂହଙ୍କ ରାଜପୁତଙ୍କ ଖରାପ ସମୟ ଆରମ୍ଭ ହୋଇଥିଲା କୁହାଯାଉଛି । ହଲିଉଡ୍ ଫିଲ୍ମ “ଫଲଟ୍ ଇନ ଅବର” ଷ୍ଟାରଙ୍କ ରିମିକ୍ସ ଉପରେ ଆଧାରିତ ଥିଲା ଏହି ଫିଲ୍ମ, ଯାହାକୁ ନେଇ ତାଙ୍କ ଉପରେ ବିଭିନ୍ନ ପ୍ରକାର ଆରୋପ ଲଗାଯାଇଥିଲା । ଏହି କାରଣରୁ ସୁଶାନ୍ତ ଅଧିକାଶଂ ସମୟ ଡିପ୍ରେସନ ରେ ରହୁଥିଲେ । ସୁଟିଙ୍ଗ ରୁ ଫେରିବା ପରେ ତାଙ୍କ ସହ କାମ କରୁଥିବା ସଞ୍ଜନା ସାଙ୍ଗି ବୟାନ ଦେଇଥିଲେ ମଧ୍ୟ ପରିସ୍ଥତି ବଦଳି ନଥିଲା ଏବଂ ତାଙ୍କ ହାତରୁ ମଧ୍ୟ ବଡବଜେଟର ଫିଲ୍ମ ମଧ୍ୟ ଖସିଯାଇଥିଲା ।
ଫିଲ୍ମରେ “କିଜି ଅର୍ ମୈନି”କୁ ଏହି ବିବାଦରୁ ବଞ୍ଚାଇବା ପାଇଁ ରିଲିଜକୁ ଦୀର୍ଘଦିନ ଧରି ଟାଳିଦିଆଯାଉଥିଲା । ଏନେଇ ଫିଲ୍ମଟିର ନାଁ ମଧ୍ୟ ପରିବର୍ତ୍ତନ କରାଯାଇ “ଦିଲ୍ ବେଚାରା” ରଖାଯାଇଥିଲା । ଅନ୍ୟପଟେ ଗତ ଜୁନ୧୨ ତାରିଖରେ ରିଲିଜ୍ ହେଉନଥିବା ଜଣାପଡିଥିଲା । ଏହି ଖବର ସୁଶାନ୍ତ ମଙ୍ଗଳବାର ଦିନ ନିଜର ସୋଶିଆଲ ମିଡିଆରେ ଘୋଷଣା କରିଥାନ୍ତେ କିନ୍ତୁ ୧୪ ରବିବାର ଦିନ ସୁଶାନ୍ତ ଆତ୍ମହତ୍ୟା କରିଥିଲେ । ଏନେଇ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାପାଇଁ ଡିଜନୀ ପ୍ଲସ୍ ହଟଷ୍ଟାରରେ ଏହି ଫିଲ୍ମ ବିନା ମୂଲ୍ୟରେ ରିଲିଜ ହେବାପାଇଁ ନିଷ୍ପତି କରାଯାଇଛି । ସୂଚନା ମୁତାବକ ଆସନ୍ତା୨୪ ଜୁଲାଇରେ ଏହି ଫିଲ୍ମ ଓଟିଟିରେ ପ୍ରସାରିତ କରାଯିବ ଏବଂ ଏଥିପାଇଁ କୌଣସି ଦର୍ଶକ ଓଟିଟିର ସଦସ୍ୟ ହେବା ଆବଶ୍ୟକତା ନାହିଁ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0