ଭୁବନେଶ୍ୱର: ଆସନ୍ତା ମାସରେ ନିଟ୍ ଓ ଜେଇଇ ପରୀକ୍ଷା ହେବାକୁ ଥିବା ବେଳେ ଆଉ ମାତ୍ର କିଛି ଦିନ ବାକି ରହିଛି । କରୋନା ପରିସ୍ଥିତିରେ ଛାତ୍ରଛାତ୍ରୀ କିପରି ପରୀକ୍ଷା ଦେବେ ତାକୁ ନେଇ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି । ରାଜ୍ୟରେ କରୋନା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖିବାକୁ ପ୍ରଧାନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀଟ ପଟ୍ଟନାୟକ । ଏନେଇ ସେ ପ୍ରଧାନ ମନ୍ତ୍ରୀ ମୋଦିକଙ୍କ ସହ ଫୋନରେ ଆଲୋଚନା କରିଛନ୍ତି ।
ଦୁଇ ଦିନ ପୂର୍ବେ ଜେଇଇ ଏବଂ ନିଟ୍ କୁ ସ୍ଥଗିତ ରଖିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏକ ଚିଠି ଲେଖିଥିଲେ । କରୋନା ସ୍ଥିତିରେ ପରୀକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ । ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନିଟ୍ ପାଇଁ ଆବେଦନ କରିଥିବା ବେଳେ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ପାଇଁ ଓଡିଶାରୁ ଆବେଦନ କରିଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ପକ୍ଷରୁ ମାତ୍ର ୭ଟି ସହରରେ ପରୀକ୍ଷା ସେଣ୍ଟର କରାଯାଇଛି । ବିଭିନ୍ନ ଜିଲ୍ଲାରେ ସଟ୍ ଡାଉନ୍ ଓ ଲକ୍ ଡାଉନ୍ ଥିବାରୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାରେ ସମସ୍ୟା ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଭିତରେ କେନ୍ଦ୍ର ସରକାର ଆସନ୍ତା ମାସରେ ଜେଇଇ ଓ ନିଟ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚ୍ୟୁଆଲ ବୈଠକ ନିଷ୍ପତ୍ତ ଅନୁଯାୟୀ ୭ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କେନ୍ଦ୍ରର ପରୀକ୍ଷା ନିଷ୍ପତ୍ତି ବିରୋଧରେ ସୁପ୍ରିପକୋର୍ଟ ଯିବେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0