spot_img

ମହାନଦୀ ଜଳ ବିବାଦ ମାମଲାରେ ପୁଣି ଯୋଡ଼ାହେଲା ୭ ପ୍ରସଙ୍ଗ

ନୂଆଦିଲ୍ଲୀ: ମହାନଦୀ ଜଳବିବାଦ ମାମଲାରେ ପୁଣି ଥରେ ନୂଆ ମୋଡ଼ ଆସିଛି । ଜୁଲାଇ ୧୧ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ରାଜ୍ୟମାନଙ୍କ ସହ ସହମତ ନହେବାରୁ ମୂଳ ମାମଲାରେ ପ୍ରାୟ ୩୬ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିଥିଲେ । କିନ୍ତୁ ଚଳିତ ମାସ ଏହି ପ୍ରସଙ୍ଗ ସହ ପୁଣି ୭ ପ୍ରସଙ୍ଗ ଯୋଡ଼ି ଦିଆଯାଇଛି । ଏଥିରେ ମହାନଦୀର ଜଳ ପ୍ରବାହ ଭିନ୍ନ ଭିନ୍ନ ରାଜ୍ୟରେ କେତେ ରହିଛି, ନ୍ୟାୟ ସଙ୍ଗତ ଆବଣ୍ଟନରେ ଏହାର ପ୍ରାସଙ୍ଗିକତା କେତେ, ବିକଳ୍ପ ଉପାୟରେ ଜଳ ସମ୍ପଦକୁ ନ୍ୟାୟ ସଙ୍ଗତ ଆବଣ୍ଟନରେ ବିଚାରକୁ ନିଆଯିବ କି ନାହିଁ , ଅବବାହିକାରେ ଜଳର ପ୍ରବାହ, ଭୂଜଳକୁ ରକ୍ଷା କରିବା ପାଇଁ ଜଳବିଦ୍ୟୁତ ଶକ୍ତି ବଦଳରେ ଶକ୍ତି ଉତ୍ପନ୍ନ କରିବାର କିଛି ବିକଳ୍ପ ଅଛି କି ନାହିଁ ଆଦି ପ୍ରସଙ୍ଗ ସବୁ ସାମିଲ ଅଛି । ଚଳିତ ମାସ ୨୯ରେ ଶୁଣାଣି ଧାର୍ଯ୍ୟ କରାଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ପକ୍ଷଭୁକ୍ତ ରାଜ୍ୟମାନଙ୍କ ଦ୍ୱାରା ମତାମତ ଟ୍ରିବ୍ୟୁନାଲକୁ ଜଣାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular