spot_img

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ …

ଭୁବନେଶ୍ବର: ଆଜି ରାଜ୍ୟରେ ୩୩୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୨୮ଏବଂ ସ୍ଥାନୀୟ ଅଞ୍ଚଳରୁ ୧୨୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୯୮୬କୁ ବୃଦ୍ଧିପାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ।

ଅନୁଗୁଳରେ ୭୪୫, ବାଲେଶ୍ବରରେ ୩,୨୯୪, ବରଗଡ଼ ଜିଲ୍ଲାରେ ୧,୬୪୫, ଭଦ୍ରକ ଜିଲ୍ଲାରେ ୨,୪୧୮, ବଲାଙ୍ଗୀରରେ ୧,୬୧୯, ବୌଦ୍ଧରେ ୫୪୮, କଟକରେ ୭,୦୧୭, ଦେବଗଡ଼ ଜିଲ୍ଲାରେ ୧୮୩ , ଢେଙ୍କାନାଳରେ ୧,୩୫୬, ଗଜପତିରେ ୨,୭୬୪, ଗଞ୍ଜାମ ଜିଲ୍ଲାରେ ୧୭,୧୧୩, ଜଗତସିଂହପୁର ଜିଲ୍ଲାରେ୧,୬୨୩, ଯାଜପୁରରେ ୩,୪୮୧, ଝାରସୁଗୁଡ଼ାରେ ୧,୦୩୩, କଳାହାଣ୍ଡିରେ ୧,୧୮୭, କନ୍ଧମାଳରେ ୨,୦୬୬, କେନ୍ଦ୍ରାପଡ଼ାରେ ୧,୪୬୧, କେନ୍ଦୁଝରରେ ୧,୬୫୬, ଖୋର୍ଦ୍ଧାରେ ୧୩,୯୨୫, କୋରାପୁଟରେ ୩,୦୭୪, ମାଲକାନଗିରିରେ ୨,୧୩୭, ମୟୂରଭଞ୍ଜରେ ୨,୬୮୩, ନବରଙ୍ଗପୁର ଜିଲ୍ଲାରେ୯୫୦, ନୟାଗଡ଼ରେ ୨,୬୩୭, ନୂଆପଡ଼ାରେ ୩୫୯, ପୁରୀରେ ୩,୦୮୬, ରାୟଗଡ଼ାରେ ୩,୭୨୦, ସମ୍ବଲପୁରରେ ୨,୪୫୨, ସୋନପୁର ଜିଲ୍ଲାରେ ୫୬୮, ସୁନ୍ଦରଗଡ଼ରେ ୪,୧୮୮ ରେ ପହଞ୍ଚିଛି।

ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୬୨,୮୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭,୬୭୨ରହିଛି। କରୋନାରେ ୪୪୮ଜଣଙ୍କର ମୃତ୍ୟୁ ହୋଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular