ମୁମ୍ବାଇ: ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି ସୁଶାନ୍ତ ମୃତ୍ୟ ମାମଲା । ସିବିଆଇ ଏହାର ତଦନ୍ତରେ ଲାଗିଥିବା ବେଳେ ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏ ଭିତରେ ରିୟା ଚକ୍ରବର୍ତ୍ତୀ ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ ଏକ ବଡ଼ ଖୁଲାସା କରିଛନ୍ତି । ସୁଶାନ୍ତଙ୍କ ମାନସିକ ରୋଗ ବିଷୟରେ ସେ କିପରି ଜାଣିଲେ,ସେ ବିଷୟରେ କହିଛନ୍ତି ।
ସୁଶାନ୍ତଙ୍କ ସହ ୟୁରୋପ ଯିବା ସମୟରେ ବିମାନ ମଧ୍ୟରେ ସୁଶାନ୍ତ କ୍ଲାଷ୍ଟ୍ରୋଫୋବିକ୍ ଅନୁଭବ କରୁଛନ୍ତି ବୋଲି କହିଥିଲେ । ଏବଂ ବିନା ପ୍ରେସକ୍ରିପସନରେ ‘ମୋଡ଼ାଫିନିଲ’ ଔଷଧ ଖାଇଥିଲେ । ପ୍ୟାରିସରେ ପହଞ୍ଚିବା ପରେ ସୁଶାନ୍ତ ତିନି ଦିନ ହୋଟେଲ ରୁମରେ ବସି ରହିଥିଲେ । ୟୁରୋପ ଯାତ୍ରା ପୂର୍ବରୁ ଉତ୍ସାହିତ ଥିବା ସୁଶାନ୍ତ ଅଚାନକ ଶାନ୍ତ ପଡ଼ିଯାଇଥିବା ସେ କହିଛନ୍ତି । ସେଠାକୁ ଯିବା ପୂର୍ବରୁ ସେ ୟୁରୋପରେ ତାଙ୍କର ପ୍ରକୃତ ପାଶ୍ୱର୍ ଦେଖାଇବେ ବୋଲି କହିଥିଲେ । ସେଠାରେ ସେ ରାସ୍ତାରେ ବୁଲିବା ସହ ମୋ ସହ ମଜା କରିବେ ବୋଲି କହିଥିଲେ । ଯାହା ଭାରତରେ ସମ୍ଭବ ନଥିଲା । ସ୍ୱିଜରଲାଣ୍ଡରେ ମଧ୍ୟ ସେ ଭଲ ଥିଲେ । ଇଟାଲୀରେ ଆମେ ପହଞ୍ଚିବା ପରେ ଆମେ ଗୋଥିକ୍ ହୋଟେଲରେ ରହିଥିଲୁ । ଆମ କୋଠରୀରେ ଥିବା ଡୋମ୍ ଆକାରର ଜିନିଷ ମୋତେ ଭଲ ଲାଗିନଥିଲା । ମୁଁ ହେଟେଲ ବଦଳାଇବାକୁ କହିବାରୁ ସେ ସେଠାରେ ରହିବାକୁ ଜିଦ୍ ଧରିଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା । ସେ ଅବସାଦଗ୍ରସ୍ତ ହେବାକୁ ଆରମ୍ଭ କରିଥିଲେ । ଏନେଇ ସୁଶାନ୍ତଙ୍କୁ ପଚାରିବାରୁ ସେ ୨୦୧୩ରେ ମାନସିକ ଅବସାଦଗ୍ରସ୍ତ ଥିଲେ ଓ ଜଣେ ମାନସିକ ଡାକ୍ତର ତାଙ୍କୁ ‘ମୋଡ଼ାଫିନିଲ’ ଖାଇବାକୁ ପରାମର୍ଶ ଦେଇଥିବା କହିଥିଲେ । ବିମାନରେ ସେ ସେହି ଔଷଧ ଖାଇ ସୁସ୍ଥ ଅନୁଭବ କରିଥିଲେ । ତା’ ପରେ ସେମାନେ ୟୁରୋପରୁ ଫେରି ଆସିଥିବା ରିୟା କହିଛନ୍ତି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0