ସୁନା ଦର କିଛିଦିନ ହେବ କମି ଆସୁଥିବାବେଳେ ଆଜି ବଢିଛି ସୁନା ଦର । ଭାରତୀୟ ବଜାରରେ ଗତକାଲି ସୁନାଦର ୫୧୧୧ ଟଙ୍କା ଥିବାବେଳେ ଆଜି ସୁନାଦର ୧୦ ଗ୍ରାମ ପିଛା ୫୧,୨୨୨ ଟଙ୍କା କୁ ବୃଦ୍ଧି ପାଇଛି । ସେହିପରି ୨୨ କ୍ୟାରେଟ ସୁନାଦର ୧୦ ଗ୍ରାମ ପିଛା ୪୯,୯୪୮ ଟଙ୍କା ରହିଛି । ଏନେଇ ଭାରତୀୟ ବୁଲିୟନ ଓ ଜୁଏଲର୍ସ ଆସୋସିଏସନ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ସୂଚନା ମିଳିଛି । ସେହିପରି ରୁପାମଧ୍ୟ କିଲୋଗ୍ରାମ ପିଛା ୨୩୧୪ ଟଙ୍କା ବୃଦ୍ଧି ପାଇ ୬୫,୩୮୮ ଟଙ୍କାରେ ପହଞ୍ଚିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0