spot_img

ଜାତୀୟ ସୁରକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ଲିଖିତ ପୁସ୍ତକ ଉନ୍ମୋଚନ କଲେ ସ୍ଥଳସେନା ମୁଖ୍ୟ..

ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନର୍ଭାଣେ ବିଶ୍ବବିଦ୍ୟାଳୟ ଗବେଷକମାନଙ୍କ ଦ୍ୱାରା ଲିଖିତ ‘ଯୁବ ଗବେଷକଙ୍କ ଦୃଷ୍ଟିକୋଣରୁ ଜାତୀୟ ସୁରକ୍ଷା ଚ୍ୟାଲେଞ୍ଜ’ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି । ଆର୍ମି ଥିଙ୍କ-ଟ୍ୟାଙ୍କ ସେଣ୍ଟର ଫର ଲ୍ୟାଣ୍ଡ ୱାରଫେୟାର ଷ୍ଟଡିଜ ପ୍ରକାଶିତ ଏହି ପୁସ୍ତକ ଗତ ଅଗଷ୍ଟ ୧୭ରେ ପ୍ରକାଶିତ ହୋଇଥିଲା ।
ସ୍ନାତକୋତ୍ତର ସ୍ତର ଠାରୁ ଆରମ୍ଭ କରି ଡକ୍ଟରେଟ ପର୍ୟ୍ୟନ୍ତ ସମସ୍ତ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିଷୟବସ୍ତୁ ଉପରେ ଲେଖିଛନ୍ତି। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ମହାନ ରଣନୀତିଜ୍ଞ ଫିଲ୍ଡ ମାର୍ଶଲ ମାନେକଶାଙ୍କ ପାଇଁ ଏହି ପୁସ୍ତକ ଶ୍ରଦ୍ଧାଞ୍ଜଳି ଅଟେ ଯାହାଙ୍କ ପ୍ରୟାସରେ ବାଂଲାଦେଶ ମୁକ୍ତ ହୋଇଥିଲା।ଏହି ପୁସ୍ତକଟି ହେଉଛି ୨୦୧୮-୨୦୧୯ ୠଗଗଋଉ ପୁରସ୍କାର ବିଜେତା ଏବଂ ଅଳ୍ପ କିଛି ଚୟନ ପ୍ରବନ୍ଧର ଏକ ସଂକଳନ । ଏହା ତିନୋଟି ବିଷୟବସ୍ତୁରେ ବିଭକ୍ତ, ଯଥା ଧାରଣା ବୁଝାମଣା ଏବଂ ଭାରତର ଜାତୀୟ ନିରାପତ୍ତାର ଦିଗ, ବୈଷୟିକ ବିବର୍ତ୍ତନ, ସାଇବର ବିପଦ ଏବଂ ସୁରକ୍ଷା ଏବଂ ଜାତୀୟ, ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ଅଭିଜ୍ଞତା

LEAVE A REPLY

Please enter your comment!
Please enter your name here

- Advertisment -

Most Popular