ଆଳି : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ସେହିପରି ଆଳି ଅଞ୍ଚଳ ରେ ଦିନକୁ ଦିନ କରୋନା ସଂକ୍ରମଣ ବଡ଼ିଚାଲିଛି । ଗୁରୁବାର ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା କରୋନା ଆକ୍ରାନ୍ତ ହୋଇଥିବା ସ୍ୱାବ ରିପୋର୍ଟରୁ ଜଣାପଡ଼ିଛି । ସୂଚନା ମୁତାବକ ଶ୍ରୀ ଶର୍ମା କିଛିଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ । ଜ୍ୱର ନକମିବାରୁ ସେ ଭୁବନେଶ୍ୱର ସ୍ଥିତି ଏକ ବେସରକାରୀ ହସପିଟାଲରେ ନିଜର ସ୍ୱାବ ପରୀକ୍ଷା କରାଇଥିଲେ । ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ସେଠାରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଛି । ପୂର୍ବତନ ବିଧାୟକ ପଜିଟିଭ ଚିହ୍ନଟ ହେବାପରେ ତାଙ୍କ ସଂସପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ନିଜର ପରୀକ୍ଷା କରାଇ ନେବାକୁ ସେ ତାଙ୍କ କର୍ମୀମାନଙ୍କୁ ନିବେଦନ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0