କଟକ: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥିତିର ନିୟନ୍ତ୍ରଣକୁ ନେଇ ଖୋର୍ଦ୍ଧା, କଟକ ଓ ଗଞ୍ଜାମ ସହିତ ରେଡ୍ ଜୋନ୍ ରେ ଥିବା ସମସ୍ତ ଜିଲ୍ଲା ଓ ଅଞ୍ଚଳକୁ ୧୫ ଦିନ ପାଇଁ ସଟ୍ଡାଉନ ଘୋଷଣା କରାଯିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛି । ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ଯୁଗ୍ମସଂମ୍ପାଦକ ଆଇନଜୀବୀ ଦିଲ୍ଲୀପ କୁମାର ରାୟଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ଜୁଲାଇ ମାସରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗଞ୍ଜାମ ଜିଲ୍ଲା ସ୍ଥିତି ପୂର୍ବରୁ ଚିନ୍ତାଜନକ ଥିବା ବେଳେ ଏବେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପ୍ରତିଦିନ ୫ଶହରୁ ଅଧିକ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ଆଉ କେତେକ ଜିଲ୍ଲା ମଧ୍ୟ ହଟ୍ସ୍ପଟ୍ ହୋଇସାରିଲାଣି । ଯଦି ହଟ୍ସ୍ପଟ୍ ଅଞ୍ଚଳ ଗୁଡିକୁ ଏବେ ସଟ୍ଡାଉନ କରା ନ ଯିବ ତେବେ ସଂକ୍ରମଣ ଅଧିକ ବଢିବ ବୋଲି ଆଶଙ୍କା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା, କଟକ, ଓ ଗଞ୍ଜାମ, ଜିଲ୍ଲା ସହିତ ଅନ୍ୟ ହଟ୍ସ୍ପଟ୍ ଅଞ୍ଚଳକୁ ୧୫ ଦିନ ପାଇଁ ସଟଡାଉଡ଼୍ ଘୋଷଣା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0