ଭୁବନେଶ୍ୱର: ଜେଇଇ ମେନ୍ ଓ ନିଟ୍ ପ୍ରବେଶିକା ପରୀକ୍ଷା ସ୍ଥଗିତ ହେବନି । ପୂର୍ବ ନିର୍ଦ୍ଧାରିତ ତାରିଖରେ ଏହି ଦୁଇ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ୯୯% ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରଥମ ପସନ୍ଦ ସହରରେ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯାଇଛି । ଜେଇଇ ମେନ୍ ପରୀକ୍ଷା ସେପ୍ଟେମ୍ବର ୧ ରୁ ୬ ତାରିଖ ମଧ୍ୟରେ ହେବ । ଛତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢାଇ ଦିଆଯାଇଛି । ପୂର୍ବରୁ ସିଫ୍ଟ ସଂଖ୍ୟା ୮ ରୁ ୧୨ କୁ ବୃଦ୍ଧି କରାଯାଇଥିଲା । ଏବେ ପ୍ରତି ସିଫ୍ଟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ୧.୩୨ ଲକ୍ଷରୁ ୮୫ ହଜାରକୁ କମାଇ ଦିଆଯାଇଛି । ମେଡିକାଲ ପାଠ୍ୟକ୍ରମ ନାମଲେଖା ପାଇଁ ସେପ୍ଟେମ୍ବର ୧୩ରେ ନିଟ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ନିଟ୍ ପରୀକ୍ଷା କେନ୍ଦ୍ର ସଂଖ୍ୟା ୨୫୪୬ ରୁ ୩୮୪୩କୁ ବୃଦ୍ଧି କରାଯାଇଛି । କରୋନାକୁ ଦୃଷ୍ଟିରେ ରଖି ହଲ ଭିତରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରଖାଯିବ । ଜେଇଇ ମେନ୍ରେ ଗୋଟିଏ ଲେଖା ସିଟ୍ ଛାଡି ଛାତ୍ରଛାତ୍ରୀଙ୍କ ବସିବା ଲାଗି ବ୍ୟବସ୍ଥା ହେବ । ନିଟ୍ ପରୀକ୍ଷାରେ ପ୍ରତି ରୁମରେ ୨୪ଜଣ ବଦଳରେ ୧୨ଜଣ ପରୀକ୍ଷାର୍ଥୀ ବସିବା ଲାଗି ବ୍ୟବସ୍ଥାକରାଯାଇଛି । ପରୀକ୍ଷା କେନ୍ଦ୍ର ବାହାରେ ସାମାଜିକ ଦୁରତ୍ୱ ରଖିବା ଉପରେ ପ୍ରାଥମିକତା ଦିଆଯିବ । ପରୀକ୍ଷାର୍ଥୀ ଯେପରି ଭଲରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରିବେ ସେଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଚିଠି ଲେଖାଯାଇଛି । କୋଭିଡ-୧୯ ର ସମସ୍ତ ଗାଡଡଲାଇନକୁ ମାନି ଛାତ୍ରଛାତ୍ରୀ ଓ ଅଭିଭାବକ ସହଯୋଗ କରିବାକୁ ଏନଟିଏ ପକ୍ଷରୁ ନିବେଦନ କରାଯାଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0