spot_img

ନୂଆପଡ଼ାରେ କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ନୂଆପଡା : ନୂଆପଡା ଜିଲ୍ଲା କୋମନା ଥାନା ବିଶିବାହାଲ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ରାତିରେ ଶୋଇ ଥିବା ବେଳେ ଘରର ମାଟି କାନ୍ଥ ଭୁଶୁଡି ପଡିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ କୋମନା ଥାନା ମିଛାପାଲି ପଞ୍ଚାୟତ ବିଶିବାହାଲ ଗାଁର ତ୍ରିନାଥ ଭୋଇ, ତାଙ୍କ ବୟସ ୬୫ ବର୍ଷ ନିଜ ଘରେ ଶୋଇଥିଲେ । ଲଗାଣ ବର୍ଷା ଯୋଗୁଁ ରାତି ପ୍ରାୟ ୨ଟାରେ ଘରର ମାଟି କାନ୍ଥ ଭୁଶୁଡି ପଡିଥିଲା। କାନ୍ଥ ପଡ଼ିବାର ଶବ୍ଦ ଶୁଣି ପରିବାର ଲୋକେ ଧାଇଁ ଆସିଥିଲେ।

ସେଠାରେ କାନ୍ଥ ତଳେ ତ୍ରିନାଥ ଚାପି ହୋଇ ଯାଇଥିଲେ । ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ମାଟି ଖୋଲି ବୃଦ୍ଧଙ୍କୁ ବାହାର କରିଥିଲେ । ପରିବାର ଲୋକ ଶବ୍ଦ ହେବାରୁ ଦେଖି ଆସିଥିଲେ। ବୃଦ୍ଧା ଜଣକ ମୃତ୍ୟୁ ବରଣ କରିଥିଲେ । ଏହି ଖବର ପାଇ କୋମନା ଅତିରିକ୍ତ ତହସିଲଦାର ମିଛାପାଲି ରାଜସ୍ବ ନିରୀକ୍ଷକଙ୍କୁ ତଦନ୍ତ ପାଇଁ ପଠାଇଛନ୍ତି । ଏନେଇ ପରିବାର ଲୋକେ କୋମନା ପୁଲିସକୁ ଖବର ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular