spot_img

ତାମିଲନାଡ଼ୁ ଡାକୁଛି ଆ…

ନବରଙ୍ଗପୁର ଏବଂ ଗଂଜାମ ଜିଲ୍ଲାରୁ ୨୨ ଜଣ ଶ୍ରମିକ ଉଦ୍ଧାର । ଏଥି ମଧ୍ୟରୁ ୧୨ ଜଣ ଝିଅ ଥିବାବେଳେ ୧୦ଜଣ ପୁଅ ଅଛନ୍ତି । ସେମାନେ ଏକ ବସ ଯୋଗେ ତାମିଲନାଡୁ ରାଜ୍ୟକୁ ସିଲେଇ କାମ କରିବାକୁ ଯାଉଥିଲେ । ତେବେ ଖବର ପାଇ ସମସ୍ତ ଶ୍ରମିକଙ୍କୁ ଅଟକ ରଖିଛି ଜିଲ୍ଲା ଶ୍ରମବିଭାଗ । ଲକ ଡାଉନ ପାଇଁ ଜୀବିକା ହରେଇଥିବା ଏହି ଶ୍ରମିକମାନେ ତାମିଲନାଡ଼ୁ ବାହାରିଛନ୍ତି । ଏହାସହ ସେମାନଙ୍କ ଦକ୍ଷତା ଅନୁଯାୟୀ ଜିଲ୍ଲାରେ କାମ ମିଳୁନଥିବା ଅଭିଯୋଗ କରିଛନ୍ତି ।

ଲକ ଡାଉନରେ ଘରକୁ ଫେରିବା ଦିନ ଠାରୁ ଜୀବିକା ହରେଇଛନ୍ତି ଏଇ ଶ୍ରମିକମାନେ । ସେମାନଙ୍କ ଦକ୍ଷତା ଅନୁଯାୟୀ ଜିଲ୍ଲାରେ କାମ ମିଳୁନଥିବା ଅଭିଯୋଗ କରିଛନ୍ତି । ସିଲେଇ ଟ୍ରେନିଂ ନେବା ପରେ ଏବେ ଘରେ ବସିରହିଛନ୍ତି । ତେଣୁ ଅନ୍ୟ ଉପାୟ ନପାଇ ସେମାନେ ପୁଣି ନିଜ ନିଜ କମ୍ପାନୀରେ ସିଲେଇ କାମ କରିବାକୁ ପାଦ ବଢ଼େଇଲେଣି । ତେବେ ଏଇ ଶ୍ରମିକମାନେ ନିଜ ପଂଚାୟତ କାର୍ୟ୍ୟାଳୟରେ ନାମ ପଞ୍ଜିକୃତ କରି ନଥିଲେ ଏଣୁ ଶ୍ରମ ଅଧିକାରୀ ଏମାନଙ୍କୁ ଅଟକ ରଖିଛନ୍ତି ଆଉ ନାମ ପଞ୍ଜିକରଣ ପରେ ସେମାନେ କାମ କରିବାକୁ ଯାଇ ପାରିବେ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular