spot_img

ବାଙ୍କୀରେ ବନ୍ୟା ପରସ୍ଥିତି, ତଳିଆ ଅଞ୍ଚଳରେ ବଢୁଛି ବିପଦ

ବାଙ୍କୀ: ମହନଦୀରେ ବନ୍ୟା ଜଳ ବୃଦ୍ଧି ହେବା ଫଳରେ ବାଙ୍କିରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇପଡିଛି । ଘରେଘରେ ପଶିଛି ବନ୍ୟାଜଳ । କଇଁକୁଣ୍ଡି, ଶୁଖୁଆଖଳା, ସାଂପୁର ଭଳି ପ୍ରାୟ ୧୦ଟି ଗାଁ ଏବେ ବାହ୍ୟଜଗତରୁ ବିଛିନ୍ନ ହୋଇଛି । ତଳିଆ ଅଞ୍ଚଳ ଏବେ ବିପଦ ସଙ୍କେତ ଅବସ୍ଥାରେ ରହିଛି । ସେପଟେ ଶହ ଶହ ହେକ୍ଟର ଚାଷ ଜମିରେ ଏବେ ପାଣି ଜମି ରହିଛି । ଫଳରେ ଧାନ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଜଳବନ୍ଦୀ ଲୋକଙ୍କୁ ତୁରନ୍ତ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବନ୍ୟା ପୀଡିତ ଦାବି କରିଛନ୍ତି । ସେପଟେ ବନ୍ୟା ଆସିବା ପରେ କେନ୍ଦା୍ରପଡା, ଜିଲ୍ଲା ରାଜକନିକା ବ୍ଲକର ଅନେକ ଗାଁରେ ପାଣି ଜମି ରହିଛି । ରାଜକନିକା ବ୍ଲକ, କନପୁର, ବଟରପହା, ହଳୁପଡା, ଓ ଗହମ ପାଳ ଗାଁରେ ମଧ୍ୟ ପାଣି ଜମି ରହିଛି । କନପୁର ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular