spot_img

ସେପ୍ଟେମ୍ବର ୧୦ରେ ବାୟୁସେନାରେ ସାମିଲ ହେବ ରାଫେଲ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୦ ତାରିଖରେ ବାୟୁସେନାରେ ସାମିଲ ହେବ ରାଫେଲ ବିମାନ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ଲଢ଼ୁଆ ଜେଟ୍ ପ୍ରବେଶ କରାଇବ ବୋଲି ଅଧିକାରୀମାନେ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଉଲ୍ଲେଖଯୋଗ୍ୟ କି ଜୁଲାଇ ୨୯ରେ ୫ଟି ଲଢ଼ୁଆ ଜେଟ୍ ଅମ୍ବାଲା ଏୟାରବେସ୍‌ରେ ଆସି ପହଞ୍ଚିଥିଲା । ସେତେବେଳେ ବାୟୁସେନାର ମୁଖ୍ୟଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ସେତେବେଳେ ଏହାର ଆନୁଷ୍ଠାନିକ ପ୍ରବେଶକୁ ସ୍ଥଗିତ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular