କରଞ୍ଜିଆ : ବୈତରଣୀ ନଦୀରେ ବନ୍ୟା ଆସିବା ପରେ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ରେ ଯୋଗାଯୋଗ ବିଛିନ୍ନ ହୋଇଛି । ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରୁଛି ବୈତରଣୀ ନଦୀ । ବୈତରଣୀ ନଦୀର ପୋଲ ଉପରେ ବନ୍ୟାଜଳ ଯିବା ପରେ ସ୍ଥିତି ଗମ୍ଭୀର । ଏମିତି ପରିସ୍ଥିତି ସୃଷ୍ଟି ହୋଇଛି କେନ୍ଦୁଝରର ତୁରୁମୁଙ୍ଗା ବୈତରଣୀ ପୋଲରେ ଗତ ତିନି ଦିନ ହେଲା ୪୯ ନମ୍ବର ଜାତୀୟ ରାଜପଥ ଉଭୟ ପାର୍ଶ୍ଵରେ ହଜାର ହଜାର ଗାଡି ମୋଟର ଅଟକି ରହିଛି । ବୈତରଣୀ ପୋଲ ଉପରେ ଚାରି/ ପାଞ୍ଚ ଫୁଟ ଉଚ୍ଚର ପାଣି ପ୍ରବାହ ହୋଇଥିବା ଯୋଗୁଁ ପୋଲ ଉପରେ ବହୁ ଜାଗାରେ ବଡ ବଡ ଖାତ ସୃଷ୍ଟି ହୋଇଛି । ଏବେ ଜଳସ୍ତର କମିବାରୁ ପୋଲ ତଳେ ପାଣି ଚାଲୁଛି ।

ସେହିପରି ବୈତରଣୀ ନଦୀର ଏକ ନଈର ଛୋଟ ପୋଲ ରେ ପାଣି ଆସିବା ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ ଧୋଇ ଯାଇଛି ଯାହା ଫଳରେ ୪୯ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହଇ ଯାଇଛି । ବର୍ଷା ସଂପୂର୍ଣ୍ଣ ଛାଡ଼ି ଯାଇଥିବା ବେଳେ ଏଇ ତିନି ଦିନର ଲଗାଣ ବର୍ଷାରେ ଏବେ ବୈତରଣୀ ନଦୀର ଜଳସ୍ତର ଏବେ କମୁଥିଲେ ମଧ୍ୟ ଛୋଟ ନଈର ପୋଲ ଭାଙ୍ଗିବା ପରେ ଯାତାୟାତ ସଂପୁର୍ଣ୍ଣ ଠପ ହୋଇଯାଇଛି । ତେବେ ବର୍ତ୍ତମାନ ସ୍ଥାନୀୟ ପ୍ରଶାସନ ପକ୍ଷରୁ କିପରି ୪୯ ନମ୍ବର ଜାତୀୟ ରାପଥ ତୁରୁମୁଙ୍ଗା ବୈତରଣୀ ନଦୀପୋଲ ଉପର ଗାଡି ମଟର ଚଳାଚଳ ସ୍ବାଭାବିକ ହବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି।
ତେବେ ବିପଦ ସଂକୁଳ ଅବସ୍ଥାରେ ପୋଲଟି ଥିବାରୁ ସ୍ଥାନୀୟ ପ୍ରଶାସନ ପାଇଁ ଚାଲେଞ୍ଜ ପାଲଟିଛି । କୋଲକତା ମୁମ୍ବାଇକୁ ସଂଯୋଗ କରୁଥିବା ଏହି ୪୯ ଜାତୀୟ ରାଜପଥର ଉଭୟ ମୟୁରଭଞ୍ଜ କରଞ୍ଜିଆ ଏବଂ କେନ୍ଦୁଝର ପଟୁ ରାସ୍ତାର ଦୁଇ ପାଖରେ ଶହ ଶହ ଟ୍ରକ ଅଟକିଛି । କରଞ୍ଜିଆ ଉପଜିଲ୍ଲାପାଳ ଏବଂ ସ୍ଥାନୀୟ ପୋଲିସ ସ୍ଥିତି ପରଖି ଥିବା ବେଳେ ଯାତାୟାତ ସ୍ଵାଭାବିକ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0