spot_img

ସେପ୍ଟେମ୍ବର ୧ରୁ ପୁଣି ଛେଚିବ

ଭୁବନେଶ୍ୱର: ସେପ୍ଟେମ୍ବର ୧ ତାରିଖରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା । ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ଏହି ସମୟରେ ଉତ୍ତର ଓଡିଶା ଓ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଆଶଙ୍କା ରହିଛି । ତେବେ ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।କେନ୍ଦୁଝର, ମୟୂରଭଂଜ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ଜଗତସିଂହପୁର, ସୁନ୍ଦରଗଡ ଓ ଗଜପତି ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି ।

ଆସନ୍ତା ୨୪ ଘଂଟାରେ ଆଭ୍ୟନ୍ତରୀ ଓଡିଶାର କେତେକ ସ୍ଥାନରେ ଏବଂ ଉପକୂଳ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ଅଧିକାଂଶ ଅଂଚଳରେ ପାଗ ଆଂଶିକ ମେଘୁଆ ରହିବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular