ଭୁବନେଶ୍ୱର: କରୋନା ପାଇଁ କେଉଁଠି ଲକଡାଉନ୍ ତ କେଉଁଠି ସଟଡାଉନ୍ । ବନ୍ଦ ରହିଛି ସାଧାରଣ ପରିବହନ ବ୍ୟବସ୍ଥା । ସେପ୍ଟେମ୍ବରରେ ହେବାକୁ ଥିବା ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା (OCS-19))କୁ ଘୁଞ୍ଚାଇ ଦିଆଯାଇଛି । ସଂକ୍ରମଣର ଭୟ ଭିତରେ ହେବାକୁ ଥିବା ଦୁଇଟି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ସେପ୍ଟେମ୍ବର ବଦଳରେ ନଭେମ୍ବର ମାସରେ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ପରୀକ୍ଷା ତାରିଖ ସ୍ଥିର କରାଯାଇନାହିଁ । ସରକାରଙ୍କୁ ନିୟାମାବଳୀ ଓ ସଂକ୍ରମଣ ସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ତାରିଖ ଧାର୍ଯ୍ୟ କରାଯିବ ।
ସେହିପରି ସେପ୍ଟେମ୍ବର ୩୦ ତାରିଖରେ ହେବାକୁ ଥିବା ଉଚଋଞ-୨୦୨୦ ଏକକ ପିଜି ପ୍ରବେଶିକା ପରୀକ୍ଷାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି । ସେପ୍ଟେମ୍ବର ୩୦ ପରିବର୍ତ୍ତେ ଅକ୍ଟୋବର ୧୦ରୁ ପରୀକ୍ଷା ହେବ । ପରୀକ୍ଷା ତାରିଖ ଘୁଞ୍ଚାଯିବା ସହ ପରୀକ୍ଷା ପାଇଁ ଆବେଦନ ଅବଧି ମଧ୍ୟ ବୃଦ୍ଧି କରାଯାଇଛି । ଅଗଷ୍ଟ ୩୧ ପରିବର୍ତ୍ତେ ସେପ୍ଟେମ୍ବର ୧୦ ଯାଏଁ ଅନ୍ଲାଇନରେ ଆବେଦନ କରିହେବ ।
ଅନ୍ୟପଟେ ବିଭିନ୍ନ ରାଜ୍ୟ ଓ ଛାତ୍ରଛାତ୍ରଙ୍କ ବିରୋଧ ସତ୍ତ୍ୱେ JEE ମେନ୍ ଓ NEET ପରୀକ୍ଷା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ୧୩ରେ ନିଟ୍ ପରୀକ୍ଷା ହେବ । ତେବେ କରୋନା କଟକଣା ଭିତରେ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ସିପ୍ଟିଂ ସଂଖ୍ୟା ବଢାଯିବ । ସେହିପରି ପ୍ରତି ସିଫ୍ଟିଂରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା କମାଇବାକୁ ନିଷ୍ପତ୍ତି ନିଆଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0