ବନ୍ୟାଜଳରେ ଭାସି ଯାଇଥିବା ଟ୍ରକକୁ ଉଦ୍ଧାର କରାଯାଇଛି । ୨ଦିନ ପୂର୍ବରୁ କେନ୍ଦୁଝର ଜିଲ୍ଲା ପାଟଣା ଢେଙ୍କିକୋଟ ରାସ୍ତାରେ ସ୍ୱାନ ନାଳରେ ଭାସିଯାଇଥିଲା ଟ୍ରକ । ଆଜି ଅଗ୍ନିଶମ ବାହିନୀ କ୍ରେନ ସହାୟତାରେ ଟ୍ରକକୁ ଉଦ୍ଧାର କରିଛି ।

ସୂଚନାଅନୁସାରେ, ଲଗାଣ ବର୍ଷା ଲାଗି ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିଲା । ଠିକ୍ ଏହି ସମୟରେ ଏକ ଧାନ ବୋଝେଇ ମିନିଟ୍ରକ ଆସୁଥିଲା । ବହୁ ଜୋର୍ ରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଟ୍ରକଟି ଭାସିଯାଇଥିଲା । ତେବେ ପାଣି ଛାଡିବା ପରେ ପାଟଣା ଅଗ୍ନିଶମ ବାହିନୀ ଏକ କ୍ରେନ୍ ଦ୍ୱାରା ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0