spot_img

ଚେନ୍ନାଇ ସୁପର କିଙ୍ଗସରେ କରୋନା ଝଡ଼

ଚେନ୍ନାଇ: ତିନି ଥରର ଆଇପିଏଲ ଚାମ୍ପିଆନ ସୁପର କିଙ୍ଗସର କିଛି ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ପରେ ସେମାନଙ୍କର କ୍ୱାରେଣ୍ଟାଇନ ଅବଧି ବଢ଼ାଇ ଦିଆଯାଇଛି । ଶୁକ୍ରବାର ଦିନଠାରୁ ସେମାନଙ୍କର ଅଭ୍ୟାସ ଆରମ୍ଭ ହେବାର ଥିଲା । ତେଣୁ ଏପରି ପରିସ୍ଥିତିରେ ଚିନ୍ତାରେ ଅଛନ୍ତି ମହେନ୍ଦ୍ର ସିଂହ ଧୋନୀଙ୍କ ଦଳ । ସୂଚନା ଅନୁସାରେ ଦଳ ଦୁବାଇ ପହଞ୍ଚିବା ପରେ ସମସ୍ତ ସଦସ୍ୟଙ୍କ କରୋନା ଟେଷ୍ଟ କରାଯାଇଥିଲା । ଫଳରେ ସିଏସକେକୁ ଆହୁରି ଗୋଟିଏ ସପ୍ତାହ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ସମସ୍ତ ଖେଳାଳୀ ଓ ସହାୟକ ଅଗଷ୍ଟ ୨୧ରେ ଦୁବାଇରେ ପହଞ୍ଚିଥିଲେ । ସେଠାରେ ବିସିସିଆଇ ପକ୍ଷରୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିଥିଲେ । କରୋନା ପାଇଁ ଏଥର ଆଇପିଏଲ ଦୁବାଇରେ ଖେଳାଯାଉଛି । ସେପ୍ଟେମ୍ବର ୧୯ରୁ ଏହା ଆରମ୍ଭ ହେବ । ସିଏସକେ ଖେଳାଳିଙ୍କ ଚତୁର୍ଥ କୋଭିଡ଼-୧୯ ର ପରିଣାମ ଜଣାପଡ଼ିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular