spot_img

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସନ୍ଦୀପ ସିଂହଙ୍କୁ କାହିଁକି ଜେରା କରୁନି ସିବିଆଇ?

ମୁମ୍ବାଇ: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ସୁଶାନ୍ତ ସିଂହ ମୃତ୍ୟୁ ମାମଲା । ସିବିଆଇର ଖୋଳତାଡ଼ ପରେ ବିଭିନ୍ନ ପ୍ରସଙ୍ଗ ଉପରୁ ପରଦା ଉଠୁଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ବିଜେପିର ଲିଙ୍କ ରହିଛି ବୋଲି ମାହାରଷ୍ଟ୍ର କଂଗ୍ରେସ ଅଭିଯୋଗ କରିଛି । ଏହି କେସରେ ‘ପିଏମ୍ ନରେନ୍ଦ୍ର ମୋଦୀ’ ବାୟୋପିକ୍ ଚଳଚ୍ଚିତ୍ର ନିର୍ମାତା ସନ୍ଦୀପ ସିଂହଙ୍କୁ ଜେରା କରିବ କି ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ବିଜେପି ନେତାଙ୍କର ଏଥିରେ ହାତ ଥିବା ନେଇ ମହାରାଷ୍ଟ୍ର ରାଜ୍ୟ କଂଗ୍ରେସ ମୁଖପାତ୍ର ସଚ୍ଚିନ ସାୱନ୍ତ ଦାବି କରିଛନ୍ତି । ସେପଟେ ଶିବସେନା ମୁଖ୍ୟଙ୍କ ଏହି ମାମଲାରେ ସମ୍ପୃକ୍ତି ଥିବା ନେଇ କୌଣସି ବିଜେପି ନେତା ସିଧାସଳଖ ଅଭିଯୋଗ ଆଣିନଥିବା ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍‌ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍ ସ୍ପଷ୍ଟ କରିଛନ୍ତି । ସେପଟେ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ପୁଣି ଥରେ ଜେରା କରିଛି । ଉଲ୍ଲେଖଯୋଗ୍ୟ ଯେ ସନ୍ଦୀପ ସିଂହ ସୁଶାନ୍ତ ସିଂହଙ୍କ ମୃତ୍ୟ ପରେ ବରାବର ଗଣମାଧ୍ୟମରେ ଦେଖା ଦେଉଥିଲେ । କିନ୍ତୁ ତାଙ୍କର ଭୂମିକା ନେଇ ସନ୍ଦେହ ଉଠିବା ପରେ ସେ ଗାୟବ ହୋଇଯାଇଥିବା ନେଇ ବେଶ ଚର୍ଚ୍ଚା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular