ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ମହାନଦୀ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମହାନଦୀରେ ବିପଦ ସଂକେତ ୮୭.୭୦ ମିଟର ରହିଥିବା ବେଳେ ଗତ ଅପରାହ୍ଣ ୪ଟା ସୁଦ୍ଧା ୮୭. ୯୧ମିଟର ଉପରେ ଜଳସ୍ତର ପ୍ରବାହିତ ହେଉଥିବା ହେଉଥିଲା। ଏହି ସମୟ ମଧ୍ୟରେ ନଦୀରେ ଯାତାୟତ ବିପଦଜନକ ଥିବାରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ସହରର ତଳି ଅଞ୍ଚଳରେ ବସବାସ କରୁଥିବା ବ୍ୟକ୍ତିବିଶେଷ ମତ୍ସ୍ୟଜୀବୀ ଓ ଜନସାଧାରଣଙ୍କୁ ଏହି ସମୟରେ ନଦୀକୂଳକୁ ଯିବା ପାଇଁ ବାରଣ କରାଯାଇଛି। ଅପରପକ୍ଷେ ମହାନଦୀ ତଳମୁଣ୍ଡ ଅଂଚଳ ଅନ୍ତର୍ଭୁକ୍ତ ଜିଲ୍ଲାର ହରଭଙ୍ଗା ବ୍ଲକରେ ବନ୍ୟା ସ୍ଥିତି ଗମ୍ଭୀର ହେବା ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ନଦୀକୂଳିଆ ଗାଁଗୁଡିକୁ ସତର୍କ କରାଯାଇଥିବା ବେଳେ ଆଜି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ହରଭଙ୍ଗା ହରଭଙ୍ଗା, କୁଡାଶିଙ୍ଗା, ଅତଲସରା, କୁମାରୀ, ମାରଡ଼ା, ଧଳପୁର ବନ୍ୟା ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ବନ୍ୟା ପାଣି ଘେରରେ ଥିବା ବିପନ୍ନମାନଙ୍କୁ ହରଭଙ୍ଗା ବନ୍ୟା ଆଶ୍ରୟସ୍ଥଳୀଠାରେ ରଖିବା ସହ ସେମାନଙ୍କ ପାଇଁ ୭ ଦିନ ଯାଏ ରିଲିଫ ଘୋଷଣା କରିଛନ୍ତି। ବନ୍ୟା ଅପସରି ଯିବା ପରେ ସଠିକ୍ କ୍ଷୟକ୍ଷତି ଆକଳନ କରାଯାଇ ଅଂଚଳର କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପରଣ ଦିଆଯିବ ବୋଲି କୁହାଯାଇଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0