spot_img

ଆଜି ଘୋଷଣା ହେବ ଆଇପିଏଲ -୧୩ ଖେଳସୂଚୀ

ଦୁବାଇ: କରୋନା କଟକଣା ପାଇଁ ଏଥର ଦୁବାଇରେ ହେବ ଆଇପିଏଲ । ଏଥିପାଇଁ ସପ୍ତାହକ ପୂର୍ବରୁ ସମସ୍ତ ଦଳ ଦୁବାଇରେ ପହଞ୍ଚି ସାରିଲାଣି । ଦୁବାଇରେ ଥିବା ବିଭିନ୍ନ ପ୍ରୋଟୋକଲ କାରଣରୁ ଖେଳସୂଚୀରେ ଘୋଷଣାରେ ବିଳମ୍ବ ହେଉଥିଲା । ମିଳିଥିବା ସୂଚନା ଅନୁସାରେ ବିସିସିଆଇ ଓ ଏମିରେଟସ କ୍ରିକେଟ ବୋର୍ଡ (ଇସିବି)ମଧ୍ୟରେ ବୁଝାମଣା ହୋଇଛି । ଆଜି ଆଇପିଏଲ -୧୩ ଖେଳସୂଚୀ ପ୍ରକାଶିତ ହେବ । ଅନ୍ତଃ ସହର ଯାତାୟତ, ଏମିରେଟ୍‌ସ୍ ପ୍ରବେଶ କଟକଣା, ସଙ୍ଗରୋଧ ନିୟମ ଓ ରାପିଡ଼୍ ଟେଷ୍ଟ ପିଛା ୫୦ ଏଇଡି ପ୍ରଦାନ ଆଦିକୁ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ହୋଇଛି । ପୂର୍ବ ସୁଚୀରେ କିଛି ପରିବର୍ତ୍ତନ କରାଯାଇ ଖେଳସୂଚୀ ପ୍ରତ୍ତୁତ କରାଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular