କେନ୍ଦ୍ରାପଡ଼ା : ଲଘୁଚାପଜନିତ ବର୍ଷା ପରେ ଏବେ କେନ୍ଦ୍ରାପଡ଼ାରେ ବନ୍ୟା ପରିସ୍ଥିତି ଅସମ୍ଭାବଳ ହୋଇପଡିଛି । ରାଜକନିକା, ଆଳି, ପଟ୍ଟାମୁଣ୍ତାଇ, ଡେରାବିଶ ବ୍ଳକ ର ବିଭିନ୍ନ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଆଜି ସନ୍ଧ୍ୟାରେ ଡେରାବିଶ ବେଣିପୁର ଘେରି ବନ୍ଧ ଭାଙ୍ଗି ଯାଇଛି। ୨୦ଫୁଟ ର ଘାଇ ସହିତ ବନ୍ଧ ଭାଙ୍ଗି ଯିବାରୁ ବେଣିପୁର ଗାଁକୁ ପାଣି ପଶିଯାଇଛି। ଦେଢ଼ହଜାରରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଓଡ୍ରାଫ୍ ଟିମ୍ ସେମାନଙ୍କର ଉଦ୍ଧାର କାର୍ୟ୍ୟରେ ଲାଗିଛି। ସେପଟେ ଜିଲ୍ଲାର ପ୍ରାୟତଃ ସବୁ ନଦୀରେ ଜଳସ୍ତର ବୃଦ୍ଧି ପାଇ ଚାଲିଥିବା କେତେକ ଚିତ୍ରୋତ୍ପଳା, ଲୁଣା, ବିରୂପା, ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତାରେ ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ପ୍ରଶାସନିକ ସ୍ତରରେ ସମ୍ଭାବ୍ୟ ବନ୍ୟା ମୁକାବିଲାକୁ ନେଇ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗତକାଲିଠୁ ପଟ୍ଟାମୁଣ୍ତାଇକୁ ଏକ ୨୨ଜଣିଆ ଓଡ୍ରାଫ୍ ଟିମ୍ ପଠାଇ ଦିଆଯାଇଥିବା ବେଳେ ଆଜି ବନ୍ୟା ଘେରରେ ଥିବା ରାଜକନିକା ବ୍ଲକ୍ ପଧାନପଡ଼ା ପଞ୍ଚାୟତର ବାଲିସାହିରୁ ୪୩୦ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗତ ତିନି ଦିନ ହେବ ମହାନଦୀ ସମେତ ଏହାର ଶାଖା ନଦୀ ଲୁଣା, କରାଣ୍ତିଆ, ଚିତ୍ରତ୍ପୋଳା, ପାଇକା ସମେତ ବିରୂପା, ବ୍ରାହ୍ମଣୀ, ବୈତରଣୀ ଏବ˚ ଖରସ୍ରୋତା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସେହିପରି ବସପୁରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିବା ସହ ଚିତ୍ରୋତ୍ପଳାର ମାର୍ଶାଘାଇରେ ବିପଦସଙ୍କେତଠୁ ମାତ୍ର ୩୦ ସେଣ୍ଟିମିଟର୍ ତଳେ ପାଣି ପ୍ରବାହିତ ହେଉଛି । ପାଟକୁରାରେ ବିପଦସଙ୍କେତ ଉପରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0