ଭୁବନେଶ୍ୱର: ଦ୍ୱିତୀୟ ଦିନରେ ଦ୍ୱିତୀୟ ପର୍ୟ୍ୟାୟ ସେରୋ ସର୍ଭେଲାନ୍ସ ଟେଷ୍ଟ । ଆଜି ଦ୍ୱିତୀୟ ଦିନରେ ଭୁବନେଶ୍ୱରର ୧୦ଟି ୱାର୍ଡରେ କରାଯିବ ସେରୋ ସର୍ଭେଲାନ୍ସ ଟେଷ୍ଟ । ଏଥିପାଇଁ ଗଠିତ ହୋଇଛି ୫ଟି ସ୍ୱତନ୍ତ୍ର ଟିମ୍ । ଦ୍ୱିତୀୟ ପର୍ୟ୍ୟାୟ ସେରୋ ସର୍ଭେଲାନ୍ସ ଭୁବନେଶ୍ୱରରେ ଗତକାଲି ଠାରୁ ଆରମ୍ଭ ହୋଇଛି । ସେରୋ ସର୍ଭେଲାନ୍ସର ଆଜି ହେଉଛି ଶେଷ ଦିନ । ତେବେ ପ୍ରଥମ ଦିନରେ ୧୫ଟି ୱାର୍ଡରୁ ସର୍ଭେଲାନ୍ସ ପାଇଁ ହୋଇଥିଲା ନମୁନା ସଂଗ୍ରହ । ଦ୍ୱିତୀୟ ଦିନରେ ବସ୍ତି ଓ ଅନ୍ୟ ସମ୍ବେଦନଶୀଳ ବର୍ଗ ଓ ଗୋଷ୍ଠୀର ସଦସ୍ୟଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଉଛି । ଦ୍ୱିତୀୟ ପର୍ୟ୍ୟାୟରେ ୨୫ଟି ୱାର୍ଡରୁ ମୋଟ ୧୫ ଶହ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆର ଏମ୍ ଆର ସି, ବିଏମସି ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ ହୋଇଛି ସ୍ୱତନ୍ତ୍ର ଟିମ । ଆଗକୁ କଟକ ଓ ରାଉଲକେଲାରେ କରାଯିବ ସେରୋ ସର୍ଭେଲାନ୍ସ ଟେଷ୍ଟ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0