ଭବିଷ୍ୟତରେ ଗୁଗଲ ସର୍ଚର ବିକଳ୍ପ ରୂପରେ ଆସିବ କି ଆପଲ ସର୍ଚ୍ଚ ଇଂଜିନ? ଆପଲ ଡିଭାଇସଗୁଡ଼ିକରେ ଗୁଗଲ ସର୍ଚ୍ଚକୁ କମ୍ପାନୀ ଡିଫଲ୍ଟ ଭାବେ ରଖିଥାଏ । ସର୍ଚ୍ଚ ଇଞ୍ଜିନ ସ୍ପେଶରେ ଗୁଗୁଲ ଅନେକ ବର୍ଷ ଧରି ଲଗାତାର ଲୋକପ୍ରିୟତା ହାସଲ କରିଛି । ଏକ ସମୟରେ ୟାହୁ ଓ ବିଙ୍ଗ ଏହାକୁ ଟକ୍କର ଦେଉଥିଲେ । ବର୍ତ୍ତମାନ କିନ୍ତୁ ସେ ସ୍ଥିତି ନାହିଁ । ରିପୋର୍ଟ ଅନୁସାରେ ଆମେରିକାର କମ୍ପାନୀ ଆପଲ ନିଜ ସର୍ଚ ଇଞ୍ଜିନ ଉପରେ କାମ କରୁଛି । ନିଜର ସ୍ପଟଲାଇଟ ଇଞ୍ଜିନ ପାଇଁ ଇଞ୍ଜିନିୟରମାନଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତୁତି ଚଳାଇଛି । ସ୍ପଟ ଲାଇଟ୍ ମ୍ୟାକ୍ ଓଏସରେ ଦିଆଯାଇଥିବା ଏକ ମହତ୍ତ୍ୱପୂର୍ଣ୍ଣ ଫିଚରରେ ଆପଣ ମ୍ୟାକବୁକଠାରୁ ନେଇ ୱେବ୍ର କଣ୍ଟେଣ୍ଟ ସର୍ଚ କରିପାରିବେ ।

ଏକ ରିପୋର୍ଟ ଅନୁସାରେ ଆପଲ ନିଜର ଆଇଓଏସ ୧୪ରେ ଗୁଗୁଲ ସର୍ଚକୁ ବାଇପାସ କରିବ । ଆପଲରେ ବାହାରିଥିବା ପୋଷ୍ଟଗୁଡ଼ିକରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେଶିନ ଲର୍ଣ୍ଣିଂ, ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଙ୍ଗ ପଦବୀ ନିମନ୍ତେ ଯୋଗ୍ୟ ପ୍ରାର୍ଥୀ ତଲାସରେ ଅଛି । ୟୁକେ କମ୍ପିଟିଶନ ଆଣ୍ଡ ମାର୍କେଟ ଅଥରିଟି ରିପୋର୍ଟ ଅନୁସାରେ ଆପଲର ମାର୍କେଟ ଶେୟାର ପୁରା ଦୁନିଆରେ ଅଧିକ ଅଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0