କନ୍ଧମାଳ: କୋରୋନା ଭାଇରସ୍ ଭୟରେ ସାରା ରାଜ୍ଯରେ ଜାରି ରହିଛି କଟକଣା । କନ୍ଧମାଳ ଜିଲ୍ଲାରେ ମଧ୍ଯ ଲକଡାଉନ ସହ ସାପ୍ତାହିକ ଦୁଇ ଦିନିଆ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । କିନ୍ତୁ ଏସବୁ ଭିତରେ ଜୀବନ ଓ ଜୀବିକାକୁ ମଧ୍ୟ ପ୍ରାଧାନ୍ୟ ଦେବା ଆବଶ୍ୟକ ରହିଛି । ଏନେଇ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ସକାଳ ୭ଟା ରୁ ଦିନ ୧ ଟା ଯାଏ କୋହଳ କରିଛନ୍ତି କଟକଣା।
କିନ୍ତୁ କନ୍ଧମାଳ ଜିଲ୍ଲାକୁ କୌଣସି ଗାଡି ମଟର ଆସିବା କିମ୍ବା ଅନ୍ୟ ଜିଲ୍ଲାକୁ ଯିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଜିଲ୍ଲା ପ୍ରଶାସନ । ପ୍ରତ୍ୟେକଟି ଜାଗାରେ ନାକାବନ୍ଦି କରାଯାଇଛି। ତାହା ସହିତ ପ୍ରତ୍ୟେକ ଲୋକଙ୍କୁ ତନତନ କରି ଚେକ୍ ମଧ୍ୟ କରଯାଉଛି । ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ପାସର ବ୍ୟବସ୍ଥା ମଧ୍ୟ କରାଯାଇଛି । ଅତ୍ୟାବଶ୍ୟକ ପରିସ୍ଥିତିରେ ଏହି ପାସର ବ୍ଯବହାର କରିବାକୁ ଅନୁରୋଧ କରାଯାଇଛି ।
ହେଲେ ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ପାସ୍ ଦେବା ସମ୍ଭବ ହୋଇପାରୁନି। ତେଣୁ ଲୋକଙ୍କ କହିବା କଥା ପ୍ରତ୍ୟେକଟି ଚେକପୋଷ୍ଟରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀ ହେଉ କି ଆଶାକର୍ମୀ ହୁଅନ୍ତୁ ଏମାନଙ୍କୁ ନିୟୋଜିତ କରି ଥର୍ମାଲ ସ୍କନିଂ କଲେ ସମସ୍ତେ ଜିଲ୍ଲାବାସୀ ଖୁସି ହେବେ ଓ ଗାଡିଚଳା ଚଳ ମଧ୍ୟ ଠିକ ଭାବରେ ହୋଇପାରିବ। ଏହାସହ ସ୍ଥିତିରେ କିଛି ଟା ସୁଧାର ଆସିପାରିବ ବୋଲି କହିଛନ୍ତି । ବସ ମାଲିକମାନେ ମଧ୍ଯ ସମାନ ମତ ରଖିଛନ୍ତି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0