spot_img

ବାଙ୍କୀ ଗୟଳବାଙ୍କରେ ଘାଇ, ପାଣି ଘେରରେ ୧୧୩ଗାଁ  

କଟକ : ମହାନଦୀ ବନ୍ୟାରେ କଟକ ଜିଲ୍ଲା ପ୍ରଭାବିତ। ବାଙ୍କୀ ସବଡିଭିଜନରେ ମହାନଦୀରେ ଘାଇ ସୃଷ୍ଟି ହୋଇଥିବା ବେଳେ ଜିଲ୍ଲାର ୧୧୩ଗାଁ ପାଣି ଘେରରେ ରହିଛି । ୧୦ରୁ ଅଧିକ ଗାଁରେ ପଶିଛି ବନ୍ୟାଜଳ । ବୁଡିଗଲା ହଜାର ହଜାର ହେକ୍ଟର ଚାଷ ଜମି ।

ବାଙ୍କୀର ଗୟଳବାଙ୍କ ନିକଟରେ ଏହି ଘାଇ ସୃଷ୍ଟି ହୋଇଛି । ଫଳରେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହ ଚାରିଟି ଗାଁ ପ୍ରଭାବିତ ହୋଇଛି । ସେପଟେ ତ୍ରିଶୁଳିଆ-ବାଙ୍କୀ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ପ୍ରଶାସନ ସଜାଗ ଥିବା କଥା କହୁଥିବା ବେଳେ ଗୟଳବାଙ୍କରେ ସ୍ଥିତି ଟଳ ମଳ ବୋଲି ଲୋକେ ଖବର ଦେବ ପରେ ବି ପହଞ୍ଚିନଥିଲେ ପ୍ରଶାସନିକ କର୍ତ୍ତୃପକ୍ଷ । ଏହି ଘାଇ ସହ ବାଙ୍କୀ ନଦୀ ବନ୍ଧରେ ଏକାଧିକ ସ୍ଥାନରେ ଘଳିଆ ପଡିଥିବା ସୂଚନା ମିଳିଛି । କେବଳ ବାଙ୍କୀର ଶତାଧିକ ଗାଁ ପାଣି ଘେରରେ ରହିଛି । ବିଲିପଡା, ବିଲିତେନ୍ତୁଳିଆ, ଶୁଖୁଆଖଳା, ରତାଗଡ, ଅନୁଆରି, ନିସ୍ତିପୁର, କଇଁମୁଣ୍ଡି, ଗୋପାଳପୁର ଓ ପାଟପୁର ଆଦି ଗାଁ ଜଳବନ୍ଦୀ ଅବସ୍ଥାରେ ଅଛି । ସେପଟେ ବିଧାୟକ କହିଛନ୍ତି ଚାଷବାସର କ୍ଷତି ଭରଣା କରାଯିବ । କିନ୍ତୁ ଘାଇ ହେବାର ତିନି ଘଣ୍ଟା ପରେ ଜିଲ୍ଲାପାଳ କହୁଛନ୍ତି ସେମିତି କିଛି ଅସୁବିଧା ହୋଇନି ।

ଆଜି ରାତିରେ ମୁଣ୍ଡଳୀ ନିକଟରେ ମହାନଦୀରେ ସାଢେ ୧୦ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ । ତେଣୁ ଜଳସ୍ତର ବଢିଲେ ପ୍ରଶାସନ କିଭଳି ମୁକାବିଲା କରିବ ତାକୁ ହିଁ ଅପେକ୍ଷା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular