ଭୁବନେଶ୍ୱର : କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଦ୍ବାଦଶ ପ୍ରତିଷ୍ଠା ଦିବସ ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଛି । ପ୍ରାରମ୍ଭରେ ମହାମହିମ ରାଷ୍ଟ୍ରପତି ତଥା ବିଶ୍ୱବିଦ୍ୟାଳୟର ଭିଜିଟର୍ ରାମନାଥ କୋବିନ୍ଦଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ କରାଯାଇଛି। ଏହାପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କର ସ୍ବତନ୍ତ୍ର ଭିଡିଓ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରୀୟାଲ ‘ନିଶଙ୍କ’, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ଏହି ଭର୍ଚୁଆଲ ପ୍ରତିଷ୍ଠା ଦିବସ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ନୂତନ କେନ୍ଦ୍ରୀୟ ପାଠାଗାର, ଶ୍ରେଣୀଗୃହ, ଷ୍ଟାଫ-କ୍ବାଟର୍ସ ଆଦିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ. ରାମବ୍ରହ୍ମମ୍ ସମାରୋହରେ ସଭାପତିତ୍ୱ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ ଅରୁଣ କୁମାର ସାହୁ, କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଡି.ପି. ସିଂହ ପ୍ରମୁଖ ଏହି ଉତ୍ସବ ନିମନ୍ତେ ଅଭିନନ୍ଦନ ବାର୍ତ୍ତା ଜ୍ଞାପନ କରିଛନ୍ତି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0