spot_img

କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ସିଲ ହେଲା ୯ ଦୋକାନ

ବ୍ରହ୍ମପୁର: କରୋନା ହଟସ୍ପଟ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ କୋଭିଡ୍ କଟକଣାକୁ ଖୋଲାଖୋଲି ଭାବେ ଉଲଙ୍ଘନ କରାଯାଉଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରୀ କରାଯାଇଥିବା ନିୟମ ଉଲଙ୍ଘନ କରିବା ଅଭିଯୋଗରେ ୯ଟି ଦୋକାନକୁ ସିଲ୍ କରାଯାଇଛି ।

ଗଞ୍ଜାମ ଜିଲ୍ଲାରେ ସାପ୍ତାହିକ ଶନିବାର ଓ ରବିବାର ଦୁଇ ଦିନିଆ ସଟଡାଉନ୍ ନିୟମ ବଳବତ୍ତର ରହିଛି । କିନ୍ତୁ ଏହାକୁ କିଛି ଦୋକାନୀ ଖିଲାପ କରିଥିଲେ । ଜିଲ୍ଲା ପ୍ରଶାସନ ଜାରି କରିଥିବା ପଞ୍ଚସୂତ୍ରୀ ନିୟମ ଉଲଙ୍ଘନ ନେଇ ଶନିବାର ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୯ଟି ଦୋକାନକୁ ସିଲ୍ କରାଯାଇଥିବା ସୂଚନା ମିଳିଛି ।
ସିଲ୍ ହୋଇଥିବା ଦୋକାନ ମଧ୍ୟରେ ଡ୍ରେସ୍, ହୋଟେଲ, ଫର୍ଣ୍ଣିଚର ଦୋକାନ ଓ ଗ୍ୟାରେଜ ଆଦି ରହିଛି ।ଏହି ସବୁ ଦୋକାନ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ, ଆସ୍କାରୋଡ୍, ଗୋଇଲୁଣ୍ଡି, ଆମ୍ବପୁଅ ଅଞ୍ଚଳରେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular