spot_img

ଝାରୁସୁଗୁଡାରୁ ମୁମ୍ବାଇ ଓ ବାଙ୍ଗାଲୁରୁକୁ ସିଧାସଳଖ ଆରମ୍ଭ ହେବ ବିମାନସେବା

ଭୁବନେଶ୍ୱର: ଝାରସୁଗୁଡ଼ାରୁ ଖୁବ ଶୀଘ୍ର ମୁମ୍ବାଇ ଓ ବାଙ୍ଗାଲୁରୁକୁ ସିଧାସଳଖ ବିମାନସେବା ଆରମ୍ଭ ହେବାକୁ ଯାଉଛି । ଏହା ଆସନ୍ତା ଅକ୍ଟୋବର ୨୫ ରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦେଶକ । ବହୁଦିନ ପରେ ଝାରସୁଗୁଡ଼ାବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ମୁମ୍ବାଇ ଓ ବାଙ୍ଗାଲୁରୁକୁ ବିମାନସେବା ଆରମ୍ଭ ହେବା ନେଇ ଗ୍ରୀନ ସିଗନାଲ ଦେଇଛି ଝାରସୁଗୁଡା ବିମାନ ବନ୍ଦର କର୍ତ୍ତୃ ପକ୍ଷ ।ବହୁ ଦିନରୁ ଦାବି ହୋଇ ଆସୁଥିବା ଝାରସୁଗୁଡ଼ାରୁ ମୁମ୍ବାଇ ଏବଂ ବାଙ୍ଗାଲୁରୁକୁ ବିମାନସେବା ଲାଗି ପଥ ପ୍ରଶସ୍ତ ହୋଇଛି । ସ୍ପାଇସଜେଟ୍ ପକ୍ଷରୁ ବିମାନସେବା ଆରମ୍ଭ କରିବାକୁ ସ୍ଲଟ୍ ଏଲୋକେସନ ପାଇଁ କରାଯାଇଥିବା ଆବେଦନ ଉପରେ ଝାରସୁଗୁଡ଼ା ବିମାନବନ୍ଦର କର୍ତୃପକ୍ଷ ସବୁଜ ସଂକେତ ଦେଇ ସାରିଥିବା ବିମାନବନ୍ଦରର ନିର୍ଦ୍ଦେଶକ କିଶୋର ସେନାପତି କହିଛନ୍ତି । ଏ ଦିଗରେ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ଅନୁମତି ହାସଲ ପରେ ବିମାନସେବା ଆରମ୍ଭ ହୋଇ ପାରିବ ବୋଲି ସେ କହିଛନ୍ତି । ଲକଡାଉନ ସମୟରେ କିଛି ସମୟ ଧରି ବିମାନସେବା ବନ୍ଦ ରହିବା ପରେ ପୁଣିଥରେ କଟକଣା ଭିତରେ ବିମାନସେବା ଆରମ୍ଭ ହୋଇଛି । ଆଗକୁ ବାଙ୍ଗାଲୁରୁ ଏବଂ ମୁମ୍ବାଇକୁ ବିମାନସେବା ଆରମ୍ଭ ହେଲେ ଏହା ପଶ୍ଚିମ ଓଡ଼ିଶା ସହ ଭାରତର ପ୍ରମୁଖ ସହରକୁ ଏୟାର କନେକ୍ଟିଭିଟି ହୋଇ ପାରିବ । ଏହି ଦୁଇ ସହର ଝାରସୁଗୁଡ଼ା ସହ ଯୋଡ଼ି ହେଲେ ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ପାଇଁ ବଡ଼ ସୁବିଧା ହୋଇ ପାରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular