spot_img

ହୀରାକୁଦରେ କମୁଛି ଜଳପ୍ରବେଶ

ହୀରାକୁଦ ଜଳଭଣ୍ଡାରକୁ କମୁଛି ଜଳପ୍ରବେଶ । ଭୋର୍ ୪ଟା ସମୟରେ ମିଳିଥିବା ତଥ୍ୟ ଅନୁସାରେ ଜଳଭଣ୍ଡାରକୁ ଜଳ ପ୍ରବେଶ କମ୍ ହେଉଛି । ଏହି ଧାରା ଆଗକୁ ଆହୁରି କମିବ । ଫଳରେ ଡ୍ୟାମକୁ ଜଳପ୍ରବେଶ ପରିମାଣ କମିବା ପରେ ଜଳ ଭଣ୍ଡାର ଜଳସ୍ତର କମିବା ସଂଭାବନା ସୃଷ୍ଟି ହୋଇଛି । ଫଳରେ ମୁଣ୍ଡଳିରେ ଏବେ ଆସନ୍ତାକାଲି ପୂର୍ବାହ୍ନ ଯାଏଁ ପ୍ରାୟ ୧୦ ଲକ୍ଷ କ୍ୟୁସେକ୍ ଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେବ । ଏନେଇ ସୂଚନା ଦେଇଛନ୍ତି ଏସଆରସି । ଏବେ ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ୮ ଲକ୍ଷ ୪୦ ହଜାର ୮୮୯ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଏଥିରେ ହ୍ରାସ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୭ ଲକ୍ଷ ୪୮ ହଜାର ୯୨୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମର ବାମ ପଟେ ୩୧ଟି ଓ ଡାହାଣ ପଟେ ୧୫ଟି ଗେଟ୍ ଖୋଲିଛି । ମୁଣ୍ଡଳିରେ ବର୍ତମାନ ୯ ଲକ୍ଷ ୭୯ ହଜାର ୭୧୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular