ଚାନ୍ଦବାଲି : ଭାରରେ ବୁହାହେଲେ ଗର୍ଭବତୀ ମହିଳା । ଭଦ୍ରକ ଜିଲ୍ଲାର ବନ୍ୟା ଅଞ୍ଚଳରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ଗାଁ ରାସ୍ତା ବନ୍ୟା ପାଣିରେ ୩ଫୁଟରେ ବୁଡ଼ିଯାଇଥିବା ବେଳେ ଜଣେ ଗର୍ଭବତୀ ମହିଳାଙ୍କୁ ଦୀର୍ଘ ୫କିମି ବାଟ ସାଙ୍ଗିଭାରରେ ବୋହି ବୋହି ନେଲେ ପରିବାର ଲୋକେ। ସୂଚନା ମୁତାବକ, ନାଲଗୁଣ୍ଡା ପଞ୍ଚାୟତ ପ୍ରତାପପୁର ଗାଁରେ ଆଜି ସକାଳେ ଦେବବ୍ରତ ଧଳଙ୍କ ପତ୍ନୀ ମମତା ଧଳ ଙ୍କୁ ପ୍ରଥମ ଗର୍ଭଯନ୍ତ୍ରଣା ଅନୁଭୁତ ହେବାରୁ ପରିବାର ଲୋକେ ଏନେଇ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ବନ୍ୟା ପାଇଁ ଆସିନପାରିବାରୁ ପରେ ଦମକଳ ବିଭାଗକୁ ଖବର ଦେଇଥିଲେ। କିନ୍ତୁ ଚାନ୍ଦବାଲି ଦମକଳ ବିଭାଗ ନିକଟରେ ବୋଟ୍ ନ ଥିବାରୁ ମନା କରିଦେଇଥିଲେ । ପରିବାର ଲୋକେ ବାଧ୍ୟହୋଇ ସାଙ୍ଗିଭାରରେ ବୋହି ବୋହି ଦୀର୍ଘ ୫କିମି ବନ୍ୟାପାଣି ମଧ୍ୟରୁ ଉଦ୍ଧାର କରି ମତୋ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ । ପରେ ତାଙ୍କ ମତୋ ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମତୋ ପ୍ରାଥମିକି ଚିକିତ୍ସା କେନ୍ଦ୍ରରେ ତାଙ୍କର ଚିକିତ୍ସା କରାଯାଇଥିବା ସୂଚନା ମିଳିଛି ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0