ନୂଆଦିଲ୍ଲୀ: ୨୪ଘଣ୍ଟା ମଧ୍ୟରେ ୭୮,୭୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମ ରହିଛି। ଗତ ଦୁଇ ଦିନ ହେଲା ମୃତ୍ୟୁ ସଂଖ୍ୟା ୧,୦୦୦ପାର କରୁଥିବା ବେଳେ ଆଜି ୨୪ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧,୦୦୦ତଳକୁ ଖସିଛି।
ଅଗଷ୍ଟ ୩୦ ତାରିଖ ସମଗ୍ର ଦେଶରେ ୩୫, ୪୨, ୭୩୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୭,୧୩,୯୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୬୩,୪୯୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୭୮,୭୬୧ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭,୬୫,୩୦୨ରହିଛି। ଏହା ସହ ୨୪ ଘଣ୍ଟାରେ ୯୪୮ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।



Visitors Today : 0
Total Visitors : 130217
Total Views : 9891689
Visitors Online Now : 0