spot_img

ଜାଣନ୍ତୁ ଅନଲକ-୪ରେ କେଉଁସବୁ କାର୍ଯ୍ୟକୁ ମିଳିଲା ଅନୁମତି

ଭୁବନେଶ୍ୱର: ଆସିଲା ଅନଲକ-୪ ଗାଇଡଲାଇନ । ସାମାଜିକ,ଏକାଡେମିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ ଧାର୍ମିକ, ରାଜନୈତିକ କାର୍ୟ୍ୟକୁ ମିଳିଲା ଅନୁମତି । ଆସନ୍ତା ସେପ୍ଟେମ୍ବର ୨୧ରୁ କାର୍ୟ୍ୟକ୍ରମ ପାଇଁ ଅନୁମତି ମିଳିଛି । କୌଣସି କାର୍ୟ୍ୟକ୍ରମ ପାଇଁ ୧୦୦ ଜଣ ବ୍ୟକ୍ତି ଏକତ୍ରିତ ହୋଇପାରିବେ । ସେପଟେ ସେପ୍ଟେମ୍ବର ୭ରୁ ମେଟ୍ରୋ ସେବା ଆରମ୍ଭ । ଅନ୍ୟପଟେ ସ୍କୁଲ ଓ କଲେଜକୁ ସେପ୍ଟେମ୍ବର ୩୦ ଯାଏଁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲ ଗୁଡିକର ୯ମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍ୱଇଚ୍ଛାରେ ସ୍କୁଲ ଯାଇ ନିଜର ପାଠ ବାବଦରେ ଦ୍ୱନ୍ଦ୍ୱ ଦୂର କରିପାରିବେ । ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟରକୁ ଖୋଲିବାକୁ ଅନୁମତି ଦିଆଯାଇଛି । କଣ୍ଟେନମେଣ୍ଟ ଜୋନରେ ଅନଲକ-୪ କଡାକଡି କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular