spot_img

ବିଗବସ୍ ୧୪ର ସୁଟିଂ ପୂର୍ବରୁ କ୍ୱାରେଣ୍ଟାଇନରେ ରହିବେ ସବୁ ପ୍ରତିଯୋଗୀ, ଜାଣନ୍ତୁ କେବେ ଠାରୁ ଆରମ୍ଭ ହେବ ପ୍ରସ୍ତୁତି

“ବିଗବସ୍” ଶୋ’ ପ୍ରସାରିତ କରୁଥିବା ଚ୍ୟାନେଲ କିଛି କହୁ କି ନକହୁ କିନ୍ତୁ ଯେଉଁଦିନ ଏହି ଗେମ୍ ପ୍ରତିଯୋଗୀମାନଙ୍କୁ ନେଇ ଆରମ୍ଭ ହେବ ସେହିଦିନ ମୁମ୍ବାଇ ସହରର ଚାରିଆଡେ ଗୋଟିଏ ପ୍ରଶ୍ନ ହେବ ବିଗବସ୍ ର କ’ଣ ହେବ? କାରଣ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ହିନ୍ଦୀ ସିନେମାର କିଛି ବଡ ବଡ କଳାକାରଙ୍କ ନାଁରେ ଦାଗ ଲାଗିଛି । ଏନେଇ ଗତ ଶୁକ୍ରବାର ଦିନ ପ୍ରଥମେ କରଣ ଜୋହରଙ୍କ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ ବୋର୍ଡରୁ ଇସ୍ତଫା ଦେବାର କଥା ସାମ୍ନାକୁ ଆସିଥିଲା । ସେହିପରି ବର୍ତ୍ତମାନ ଆଜି ସକାଳୁ ସଲମାନ ଖାନ୍ ଙ୍କ ଶୋ’ ବିଗବସ୍ ର ସୁଟିଂ ଟାଳି ଦିଆଯିବାନେଇ ଚର୍ଚ୍ଚା ହୋଇଛି ।

ଦେଶରେ କରୋନା ଭାଇରସ ସମୟରେ ଚାଲିଥିବା ଲକଡାଉନ ପାଇଁ ବିଗବସ୍ର ସୁଟିଙ୍ଗ ହୋଇ ପାରୁନାହଁ । ସୂଚନା ଅନୁଯାୟୀ ଅକ୍ଟୋବର ପ୍ରଥମ ସପ୍ତାହରେ ଆରମ୍ଭ ହେବାକୁ ଥିବା ସୁଟିଂ ଯାହା ଏବେ ଅକ୍ଟୋବର ଶେଷ କିମ୍ଭା ନଭେମ୍ବରରେ ଆରମ୍ଭହେବ । ଗତବର୍ଷ ୧ ଅକ୍ଟୋବରରେ ଆରମ୍ଭ ହୋଇଥିବା ଏହି ଶୋ’ର ସୁଟିଂ ସେଟ ଅପେକ୍ଷା ଚଳିତ ବର୍ଷ ସେଟ କିଛି ଅଲଗା ହେବ । ଶୋ’ର ନିର୍ମାତାମାନେ ଏହି ମାସରୁ ଅନଲାଇନରେ ରେଜିଷ୍ଟେସନ ଆରମ୍ଭ ହେବା ସହ ଏଥିରେ ଭାଗ ନେଉଥିବା ପ୍ରତିଯୋଗୀମାନଙ୍କର ଏକ ସଟ ଲିଷ୍ଟ ମଧ୍ୟ ତିଆରି ହୋଇଛି । ଏନେଇ ଶୋ’ ରେ ଜଡିତ ଥିବା ଟିମ୍ ୩୦ଜଣଙ୍କୁ ମନୋନିତ କରିଛନ୍ତି । ଚଳିତ ବର୍ଷ ବିଗବସ ରେ ପ୍ରଥମେ ୧୬ଜଣ ନଜର ଆସିବେ । ଏହି ୧୬ଜଣଙ୍କ ମଧ୍ୟରୁ ୧୩ଜଣ ସେଲିବ୍ରେଟି ଓ ୩ଜଣ ସାଧାରଣ ଲୋକ ରହିଛନ୍ତି । ରିପୋର୍ଟ ଅନୁଯାୟୀ ଏଥର ସୁଟିଂ ପାଇଁ ମୁମ୍ବାଇ ସହରରେ ଏହାର କାମ ମଧ୍ୟ ଆରମ୍ଭ ହୋଇଗଲାଣି । ସୂଚନା ଯୋଗ୍ୟ ଚଳିତ ବର୍ଷ ଶୋ’ ର ସୁଟିଙ୍ଗ ଆରମ୍ଭ ହେବା ପୂର୍ବରୁ ଏଥିରେ ଭାଗ ନେଉଥିବା ପ୍ରତିଯୋଗୀମାନଙ୍କୁ ଗୋଟେ ସପ୍ତାହ କ୍ୱାରେଣ୍ଟିନରେ ରହିବା ପାଇଁ ସ୍ଥିର କରାଯାଇଛି

LEAVE A REPLY

Please enter your comment!
Please enter your name here

- Advertisment -

Most Popular