ସେଓରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ, ଆଣ୍ଟି-ଲଜିଂଗ ଗୁଣ ଶରୀର ସହ ତ୍ୱଚାର ସୁନ୍ଦରତା ବଢାଇବାରେ ସାହାଯ୍ୟ କରିଥାଏ । ଏଥଇରେ ପ୍ରସ୍ତୁତ ହୋଇଥିବା ଫେସ୍ ପ୍ୟାକ୍ ଲଗାଇବା ଦ୍ୱାରା ସ୍କିନ୍ ଟୋନ ଲାଇଟ ହେଉ କିମ୍ବା ତ୍ୱଚା ଜନିତ ଯେକୌଣସି ସମସ୍ୟାରୁ ରକ୍ଷା ମିଳିଥାଏ । ଏହା ଏକ ଟୋନର ଭଳି ସ୍କିନକୁ ଟାଇଟ କରିବା ଏବଂ ରକ୍ତ ସଂଚାଳନ ସଠିକ୍ କରିବାରେ ସାହାଯ୍ୟ କରଇଥାଏ । ଏଥିସହ ଏହି ପ୍ୟାକ ତ୍ୱଚାରେ ଦେଖାଯାଉଥିବା କୁଞ୍ଚନ ପ୍ରକ୍ରିୟାକୁ ମଧ୍ୟ ଖୁବ୍ କମ ଦିନରେ ଦୂର କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ତ୍ୱଚାର ସୁନ୍ଦରତା ବଢାଇବାରେ ଆମେ ସେଓକୁ କିପରି ବ୍ୟବହାର କରିପାରିବା ।
ସେଓରେ ଆଣ୍ଟି-ଅକ୍ସିଡେଣ୍ଟ, ଆଣ୍ଟି-ଏଜିଂଗ ଗୁଣ ରହିଥାଏ । ଏହାକୁ ତ୍ୱଚାରେ ଲଗାଇବା ଦ୍ୱାରା ଏହା କ୍ଲିଜିଂଗ ଭଳି କାମ କରିଥାଏ । ତ୍ୱଚାର ରଙ୍ଗ ବଢାଇବା ସହ ଚେହେରାରେ ଦେଖାଯାଉଥିବା ଦାଗ, ଡାର୍କ ସର୍କଲ ଆଦିରୁ ରକ୍ଷା ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେଓରେ କିପରି ପ୍ରସ୍ତୁତ କରିବେ ଫେସ୍ ପ୍ୟାକ୍ ।
ଆବଶ୍ୟକୀୟ ସାମଗ୍ରୀ
ବାଦାମ- ୧ ଟେବଲସ୍ପୁନ୍
ଓଟ୍ସ- ୧ ଟେବଲସ୍ପୁନ୍
ଦହି- ୨ ଟେବଲସ୍ପୁନ୍
ହଳଦୀ- ଅଳ୍ପ କିଛି
ସେଓ- ୨ଟେବଲ ସ୍ପୁନ୍
ପ୍ରସ୍ତୁତି ପ୍ରଣାଳୀ
ଏକ ପାତ୍ରରେ ସମସ୍ତ ଜିନିଷ ମିଶାଇ ଭଲଭାବେ ମିଶ୍ରଣ କରନ୍ତୁ । ଏହାପରେ ମିଶ୍ରଣ ହୋଇଥିବା ପେଷ୍ଟକୁ ତ୍ୱଚା ଏବଂ ବେକରେ ଲଗାନ୍ତୁ । ଲଗାଇବାର ୧୫ ରୁ ୨୦ ମିନିଟ ମୁହଁରେ ରଖିବା ପରେ ହାଲୁକା ହାତରେ ସ୍କ୍ରବ କରନ୍ତୁ । ଏହାପରେ ସଫା ପାଣିରେ ଧୋଇ ଦିଅନ୍ତୁ । ଏହି ପ୍ୟାକକୁ ଲଗାଇବା ଦ୍ୱାରା ତ୍ୱଚାରେ ଚମକ ଆସିବା ପରେ ଆପଣ ନିଜେ ଫରକ ଅନୁଭବ କରିପାରିବେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0