ନିଆଳି : ବ୍ରାଉନ ସୁଗର ସହ ଅନ୍ୟ ନିଶା କାରବାରରେ ସଂପୃକ୍ତ ଜଣେ ଯୁବକଙ୍କୁ ଗାଁ ଲୋକେ କାବୁ କରି ନିସ୍ତୁକ ମାଡ ମାରିଛନ୍ତି। ଖାଲି ସେତିକି ନୁହେଁ, ଗାଁ ଲୋକେ ମିଶି ଉକ୍ତ ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ନିଆଳି ଗୋବିନ୍ଦପୁର ଥାନା ଅନ୍ତର୍ଗତ କୁଳ ବ୍ରାହ୍ମଣ ସାଇଲୋରେ ଏଭଳି ଘଟଣା ଘଟିଛି।
ପୁଲିସ୍ର ନାକ ତଳେ ନିଶା କାରବାର ଚାଲିଥିଲା। ମଦ, ଗଞ୍ଜେଇ ସହ ବ୍ରାଉନସୁଗାର ଭଳି ନିଶା ଦ୍ରବ୍ୟ ବିକ୍ରି କରାଯାଉଛି। ନିଶା କାରବାରରେ ସଂପୃକ୍ତ ଥିବା ଗୋବିନ୍ଦପୁର ଥାନା କୁଳ ବ୍ରାହ୍ମଣ ସାଇଲୋ ଗାଁର ରାଜୁ ଜେନାକୁ ଗାଁ ଲୋକେ ମିଶି ଖୁଣ୍ଟରେ ବାନ୍ଧି ଦେଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମଧ୍ୟ ଲାଗି ରହିଥିଲା।
ଉକ୍ତ ଯୁବକକୁ ଗାଁ ଲୋକେ କାବୁ କରି ଗୋବିନ୍ଦପୁର ପୁଲିସ୍ ଖବର ଦେଇଥିଲେ। ବିଳମ୍ବରେ ପୁଲିସ୍ ପହଁଞ୍ଚିବା ଯୋଗୁଁ ସ୍ଥାନୀୟ ଲୋକେ ନିଶା ଆଡ୍ଡାକୁ ଭାଙ୍ଗି ରୁଜି ଦେଇଥିଲେ। ଏହି ଘଟଣା ସଂପର୍କରେ ଏସ୍ଡିପିଓ କୌଣସି ପ୍ରତିକ୍ରିୟା ରଖି ନଥିଲେ କିନ୍ତୁ ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0