ଭୁବନେଶ୍ୱର: ଜେଇଇ ଓ ନିଟ ପରୀକ୍ଷାର ସୁପରିଚାଳନା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ୬ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ୮ଟି ସ୍ଥାନରେ ପିଲାମାନେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ପିଲାଙ୍କ ରହଣି କେନ୍ଦ୍ରରେ ସ୍ୱତନ୍ତ୍ର କୋଭିଡ଼ ନୀରକ୍ଷକ ମଧ୍ୟ ରହିବେ । ସବୁ ପରୀକ୍ଷା କେନ୍ଦ୍ରରେ ସାନିଟାଇଜିଂ ବ୍ୟବସ୍ଥା ରହିବ । କେନ୍ଦ୍ର ବାହାରେ ଭିଡ଼ ଏଡାଇବାକୁ ମାଇକରେ ସଚେତନ କରାଯିବ । ପରୀକ୍ଷା ପାଇଁ ତ୍ରୀସ୍ତରୀୟ ସୁରକ୍ଷା କରାଯିବ । କେନ୍ଦ୍ର ଭିତରେ, ବାହାରେ ଓ ଟ୍ରାଫିକ ପାଇଁ ସ୍ୱତନ୍ତ୍ର ପୁଲିସ ରହିବେ । ପିଲାଙ୍କ ଯିବା ଆସିବା ପାଇଁ କେନ୍ଦ୍ର ବାହାରେ ଅଟୋ ରହିବ ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0