ଜୟପୁର : ଜୟପୁର ସଦରଥାନାରେ ଘଟିଛି ଏକ ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଜଣେ ବିଚାରଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ଗୋପାଳ ରାମ ପାଶୱନ। ତାଙ୍କୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜୟପୁର ସଦର ପୋଲିସ ଗିରଫ କରିଥିଲା। ଗୋପାଳ ରାମଙ୍କ ଘର ରାଜସ୍ଥାନ ହୋଇଥିବା ବେଳେ ନନ୍ଦପୁର ପାଡୁଆରୁରୁ ରାଜସ୍ଥାନକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ତାଙ୍କୁ ୮ କ୍ବିଣ୍ଟାଲ ଗଞ୍ଜେଇ ସହ ଗିରଫ କରିଥିଲା । ସଦର ଥାନା ହାଜତରେ ଥିବା ବେଳେ ରାତିରେ ଲାଟିନ ଯିବା କହି ପାଇଖାନା ଘରେ କମ୍ବଳ ସୁତାରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାକୁ ନେଇ ମୃତ୍ୟୁକଙ୍କ ପରିବାରକୁ ଖବର ଦିଆଯିବାସହ ମୃତ ଦେହକୁ ସହିଦ ଲକ୍ଷଣ ନାୟକ ମେଡିକାଲ କୋରାପୁଟରେ ରଖାଯିବା ସହ ତଦନ୍ତ ଆରମ୍ଭ କରିଛନ୍ତି ଜୟପୁର ଏସ ଡି ପିଓ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0