ବ୍ରହ୍ମପୁର: କିନ୍ନରମାନଙ୍କୁ ମିଳିଲା ରୋଜଗାରର ପନ୍ଥା। ବ୍ରହ୍ମପୁରରେ ବସବାସ କରୁଥିବା କିନ୍ନରମାନେ ସାଇକେଲ୍ ଷ୍ଟାଣ୍ଡରୁ ପାର୍କିଂ ଫିସ୍ ଆଦାୟ କରିବେ। ଏନେଇ କିନ୍ନର ସଂଘ ପକ୍ଷରୁ ବିଇ.ଏମ୍.ସିଙ୍କୁ ପ୍ରଶଂସା କରାଯାଇଛି। ଆସନ୍ତା ମାସ ପହିଲାରୁ ବ୍ରହ୍ମପୁର ସହରର ବିଭିନ୍ନ ସାଇକେଲ୍ ଷ୍ଟାଣ୍ଡରୁ ପାର୍କିଂ ଫିସ୍ ଆଦାୟ କରିବେ। ଏନେଇ ସେମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି। ସହରର ୪ଟି ସ୍ଥାନରେ ସାଇକେଲ୍ ପାର୍କିଂ ଫିସ୍ ଆଦାୟ କରିବେ କିନ୍ନର। ଦୁଇଟି ସ୍ବୟଂ ସହାୟିକା ଗୋଷ୍ଠିକୁ ଏହି ଦାୟିତ୍ବ ଦିଆଯିବ। ପ୍ରଥମ ପର୍ୟ୍ୟାୟରେ ୨୦ ଜଣ କିନ୍ନର ସାଇକେଲ୍ ପାର୍କିଂ ଫିସ୍ ଆଦାୟରେ ନିୟୋଜିତ ହେବେ। ପୁରୁଣା ବସଷ୍ଟାଣ୍ଡ, ଅର୍ଣ୍ଣପୂର୍ଣ୍ଣା ମାର୍କେଟ୍ ଏବଂ ମୟୁରୀ ଟାୱାର୍ ପ୍ରମୁଖ ଆଦି ୪ଟି ସ୍ଥାନର ସାଇକେଲ୍ ପାର୍କିଂ ଫିସ୍ ଆଦାୟ କରିବାକୁ ସୁଯୋଗ ଦିଆଯିବ। ଦୁଇ ଚକିଆ ଯାନ ଦୁଇ ଘଣ୍ଟା ପାଇଁ ୫ ଟଙ୍କା, ଚାରି ଚକିଆ ଯାନ ଦୁଇ ଘଣ୍ଟା ପାଇଁ ୧୦ ଟଙ୍କା ଫିସ୍ ଆଦାୟ କରିବାକୁ ବିଇ.ଏମ୍.ସି ସ୍ଥିର କରିଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0