ବାଙ୍କୀ: ହୀରାକୁଦ ଜଳଭଣ୍ଡାରରୁ ୪୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେବା ପରେ ଗମ୍ଭୀର ହେବାରେ ଲାଗିଛି କଟକ ଜିଲ୍ଲାର ବାଙ୍କୀରେ ବନ୍ୟା ପରିସ୍ଥିତି। ମହାନଦୀରେ ଏବେ ବିପଦ ସଂକେତର ବହୁ ଉପରେ ଜଳ ପ୍ରବାହିତ ହେଉଛି। ଅନେକ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି।
ସନ୍ଧ୍ୟା ୫ଟା ବେଳକୁ ବାଙ୍କୀ ବିଜ୍ଞାପିତ ଅଂଚଳ ପରିଷଦର ୧୫, ୧୬, ୧୭ ନମ୍ବର ଓ୍ଵାର୍ଡରେ ପାଣି ଭର୍ତ୍ତି ହୋଇଛି। କୃଷି ଅଧିକାରୀ ଓ ଅଗ୍ନିଶମ ବିଭାଗର କାର୍ୟ୍ୟାଳୟରେ ପାଣି ପ୍ରବେଶ କରିଛି। ଏଠାରେ ପ୍ରାୟ ୩ଫୁଟ ଉଚ୍ଚର ପାଣି ଭର୍ତ୍ତି ହୋଇଛି। ବାଙ୍କୀରୁ ଖୋର୍ଦ୍ଧା ଓ କଳାପଥର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ୨ଟି ରାସ୍ତା ଜଳମଗ୍ନ ହୋଇଛି। ସେହିପରି ବାଙ୍କୀ-କଳାପଥର ରାସ୍ତାର ଚନ୍ଦ୍ରପା ସେତୁ ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଛି।
ବାଙ୍କୀ ବିଡିଓ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି ଯେ, ସୁଖୁଆଖଳା, ବିଲପଡ଼ା, କଇଁମୁଣ୍ଡି, ଚାରିଖରିଆ, ଓସ୍ତିଆ, ସାଆଁପୁର ପାଣିଘେରରେ ରହିଥିବା ବେଳେ ୭୫୦୦ ଲୋକ ପ୍ରଭାବିତ ବୋଲି ଦେଇଛନ୍ତି। ଡମପଡ଼ା ବ୍ଲକର ୧୧,୭୦୦ ଲୋକ ବନ୍ୟା ଜଳରେ ପ୍ରଭାବିତ। ୧୫ ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0